ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମରେ ଆସୁନି ସରକାରୀ ଆଇ ବି ବଙ୍ଗଳା ଘର 

କାମରେ ଆସୁନି ସରକାରୀ ଆଇ ବି ବଙ୍ଗଳା ଘର 

ବନ୍ଧୁଗାଁ ତା, ୧୨/୭/୨୪, କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଥାଏ ଅନେକ ବ୍ଲକରେ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ସରକାରୀ ବାବୁଙ୍କ ରହଣି ପାଇଁ ଆଇ ବି ବଙ୍ଗଳା ଘର I ଏହି ବଙ୍ଗଳା ଘର ଗୁଡିକ ଆଜକୁ ୧୯୬୨ ମସିହାରେ ଅର୍ଥାତ ୫୬ ବର୍ଷ ପୂର୍ବେ ଓଡିଶାର ଅନେକ ଜିଲ୍ଲାର ସହ ଅନେକ ବ୍ଲକ ମାନଙ୍କରେ ସରକାରଙ୍କ ଦ୍ୱାରା ତିଆରି କୋରାଯାଇଛି I କିଛି ବ୍ଲକ ମାନଙ୍କରେ ଆଜି ପର୍ଯ୍ୟନ୍ତ ମୋରାମତି କୋରାଯାଇ ସେହି ବଙ୍ଗଳା ଘରକୁ ଆଜି ପର୍ଯ୍ୟନ୍ତ ବ୍ୟବହାର କରି ରହୁଛନ୍ତି I ଏହି ବଙ୍ଗଳା ଘର ଏଇଥି ପାଇଁ ତିଆରି ହୋଇଥିଲାକି ଓଡିଶାରେ କମ ଜିଲ୍ଲା ରହିଥିଲା I ସେହି ସମୟରେ ଜଣେ ଜିଲ୍ଲାପାଳ ଦୁଇ ବା ତିନି ଜିଲ୍ଲା ଦାୟୀତ୍ୱରେ ରହୁଥିଲେ I କୌଣସି ବ୍ଲକରେ ସମସ୍ୟା କିମ୍ଭା ବ୍ଲକକୁ ଗସ୍ତକରି ସମସ୍ୟା  ବୁଝି ସମାଧାନ କରିବା ପାଇଁ ପୁରାଦିନ ଲାଗି ଯାଇଥିଲା I ଯାହା ଫଳରେ କି ଜିଲ୍ଲାର ଅନ୍ୟାନ୍ୟ କର୍ମଚାରି ମାନେ ମଧ୍ୟ ରହିବା ଯୋଗୁଁ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ହୋଇ ରହି ଯାଉଥିଲା I ତେଣୁକରି ଜିଲ୍ଲାର ଅନ୍ୟାନ୍ୟ କର୍ମଚାରି ମାନେ ମଧ୍ୟ ଜିଲ୍ଲାପାଳ ଙ୍କ ସହ ବ୍ଲକ ଗସ୍ତରେ ରହୁଥିଲେ ଏହି ଆଇ ବି ବଙ୍ଗଳା ଘରେ ରାତି ବିତାଇ ବ୍ଲକର ଅନେକ ଅଞ୍ଚଳକୁ ଯାଇ ସମସ୍ୟା ବୁଝି ପାରୁଥିଲେ I ଏହିପରି ଭାବରେ ଜିଲ୍ଲା ବାସିଙ୍କ ପାଇଁ ସୁବିଧା ପାଇଁ  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରିଥିଲେ I ସେଥିରୁ ବାଦ ପଡିନାହିଁ ବନ୍ଧୁଗାଁ ବ୍ଲକରେ ମଧ୍ୟ ଆଜି ପର୍ଯ୍ୟନ୍ତ ରହିଅଛି I ଏହି ବଙ୍ଗଳା ଘରକୁ ୨୦ ବର୍ଷ ପୂର୍ବେ ଅନେକ ଟଙ୍କା ଖର୍ଚ୍ଚ କରି ସରକାରୀ କାମରେ ବ୍ୟବହାର ହୋଉଥିଲା I ବର୍ତ୍ତମାନ ପରିସ୍ଥିତିରେ ଏହି ବଙ୍ଗଳା ଘରର ଚାରି ପାଚେରୀ ଭାଙ୍ଗି ପଡି ଆଦବେଷ୍ଟ ସିଟ ଭାଙ୍ଗିବା ସହ କବାଟ ଭଙ୍ଗା ରୁଜା ହୋଇ ଖୋଲା ପଡିଥିବାରୁ ଏଠାରେ ଗାଈ ଛେଳି ଓ ଘୁଷୁରୀ ମାନଙ୍କର ଶୋଇବା ଆଡା ବନି ଯାଇଛି I ବର୍ତ୍ତମାନ ସାଧାରଣରେ ଦାବି କି ଏହି ସରକାରୀ ବଙ୍ଗଳା ଘରକୁ ପୁନର୍ବାର ମୋରାମତି କୋରାଯାଇ ପୂର୍ବ ପରି ବ୍ୟବହାର କୋରାଯାଉ ନଚେତ ସରକାରଙ୍କ ଅନ୍ୟ କୌଣସି କାର୍ଯ୍ୟରେ କାର୍ଯ୍ୟାଲୟ ଗୃହ କୋରାଯିବା ପାଇଁ ସାଧାରଣ ମୋହଲରେ ଚର୍ଚ୍ଚା ଜୋର ଧରିଛି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଗାଁ ଗାଁ ଵୁଲି ଗୋ ମାତାଙ୍କ ସେବାରେ ସମର୍ପିତ କାମାକ୍ଷାନଗରର ତାରିଫ୍ ହୁସେନ

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

masiha

Leave a Comment

error: Content is protected !!