ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି, ସୃଷ୍ଟି ହେଉଛି କୃତ୍ରିମ ବନ୍ୟା

ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି, ସୃଷ୍ଟି ହେଉଛି କୃତ୍ରିମ ବନ୍ୟା

ଖଇରା,୧୩/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର ବାଲିସାହି ରାସ୍ତାରୁ ଉପେନ୍ଦ୍ର ନାଥ ବେହେରାଙ୍କ ଘରକୁ ରାସ୍ତା । ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ଆଣ୍ଠୁଏରୁ ଉର୍ଦ୍ଧ୍ବ ପାଣି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି, ଯାହାକି ଯାତାୟାତ ପାଇଁ ଅସୁବିଧା ସୃଷ୍ଟି ହେଉଛି । ଆଜି ବର୍ଷାରେ ତାହାର ଦୃଶ୍ୟ ଦେଖିବାକୁ ମିଳିଛି । ଏ ବିଷୟରେ ଶ୍ରୀ ବେହେରା ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ୍ୟ । ଏହି ରାସ୍ତା ସଂଲଗ୍ନ ଅଧିବାସୀ ମାନେ ମଧ୍ୟ ହଇରାଣ ହେଉଛନ୍ତି । ଏ ବିଷୟରେ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ମାଳତୀ ସେଠୀଙ୍କ ସ୍ବାମୀ ସୁଦର୍ଶନ ସେଠୀଙ୍କୁ ପଚାରିବାରୁ ବିନା ଅନୁମତିରେ ଚାଷ ଜମି ପୋତି ଦେବା ଦ୍ବାରା ଜଳ ନିଷ୍କାସନ ଠିକ୍ ଭାବେ ହୋଇ ପାରୁନାହିଁ । ଯେଉଁଥି ପାଇଁ ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏଥିନେଇ ତହସିଲଦାର ନିକଟରେ ଅଭିଯୋଗ ହେବା ଦରକାର । ଆହୁରି ମଧ୍ୟ କହିଛନ୍ତି ଆଗାମୀ ଦିନରେ ଟଙ୍କା ଆସିଲେ ପଞ୍ଚାୟତ ତରଫରୁ ଡ୍ରେନ୍ ଓ ରାସ୍ତା ଉଚ୍ଚାର ବ୍ଯବସ୍ଥା କରାଯିବ । ଯାହାଦ୍ଵାରା ଏଭଳି କୃତ୍ରିମ ବନ୍ୟା ସୃଷ୍ଟିକୁ ଏଡ଼ାଇବା ସମ୍ଭବ ହେବ ବୋଲି ଅନୁମାନ କରାଯାଏ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁରରେ “ବୀର ବିର୍ସା ମୁଣ୍ଡା ଵୃଦ୍ଧାଶ୍ରମ’ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ 

masiha

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

Sunil Chandra Nayak

Leave a Comment

error: Content is protected !!