ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୋକା ଦେଲା ସରକାରୀ ଧାନ ବିହନ

ଧୋକା ଦେଲା ସରକାରୀ ଧାନ ବିହନ

ସରକାରୀ ଦୋକାନରୁ ଯାହା କିଣାଯିବ ତାହା ଶତ ଶତ ଖାଣ୍ଟି ବୋଲି ଲୋକଙ୍କ ବିଶ୍ୱାସ ରହିଛି।କିନ୍ତୁ ସରକାରଙ୍କ ମାଲ ଯେ ଦରିଆ ମେ ଡାଲ ଏହା ମଧ୍ୟ ଅନେକାଂଶ ରେ ସତ।ଏପରି ପରିସ୍ଥିତି ଦେଖାଦେଇଛି ଖଡ଼ିଆଳ ଅଞ୍ଚଳରେ।ଚାଷୀ ମାନେ ସରକାରୀ ଅନୁଷ୍ଠାନରୁ ଧାନ ବିହନ କିଣି ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଏବେ ଖରିଫ ଋତୁ ଚାଲିଛି।ଚାଷୀ ମାନେ ଚାଷ କାର୍ଯ୍ୟରେ ଲାଗିଛନ୍ତି।କିନ୍ତୁ ସେମାନଙ୍କୁ ଧୋକା ଦେଇଛି ସରକାରୀ ବିହନ।ନିଜ ଉତ୍ପାଦିତ ଧାନ ବିକ୍ରି କରି ଚାଷୀ ସମବାୟ ସମିତି ଓ ସରକାରୀ ରେଜେଷ୍ଟ୍ରି ଭୁକ୍ତ ସଂସ୍ଥା ରୁ ବିହନ କିଣୁଛି।ଏସବୁ ବିହନ ଉନ୍ନତ ମାନର ଓ ବିଶୋଧିତ ତଥା ଅଧିକ ଅମଳ କ୍ଷମ ବୋଲି ସରକାରୀ ସ୍ତରରେ ପ୍ରଚାର ପ୍ରସାର କରାଯାଉଛି।ଏବର୍ଷ ଚାଷୀ ମାନେ କିନ୍ତୁ ଠକରେ ପଡିଥିବା ଅଭିଯୋଗ କରିଛନ୍ତି। ନୂଆପଡା ଜିଲ୍ଲାର ଖଡ଼ିଆଳ,ବୋଡେ଼ନ ଓ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଶହ ଶହ ହେକ୍ଟର ଜମିରେ ଚାଷୀ ମାନେ ବିଭିନ୍ନ କିସମର ଧାନ ବିହନ କିଣି ତଳି ପକାଇବା ସହ ବୁଣି ଥିଲେ।ଏହି ବିହନ ମଧ୍ୟରୁ ଯମୁନା ଧାନ ବିହନ ଆଦୌ ଗଜା ହେଉ ନ ଥିବା ବେଳେ ହଜାରେ ଏକ, ଏଗାର ଶହ ଛପନ ଆଦି କିଛି ଜାଗାରେ ଗଜା ହେଉ ନଥିବା ଚାଷୀ ମାନେ ଅଭିଯୋଗ କରୁଛନ୍ତି।ବର୍ତ୍ତମାନ ସେମାନେ ନିରୁପାୟ ହୋଇ ପଡିଛନ୍ତି।ହଳ ଲଙ୍ଗଳ ସହ ବିହନରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁଣିଥରେ ଚାଷ କରିବାକୁ ଅନେକଙ୍କ ପାଖରେ ସମ୍ବଳ ନାହିଁ। କିଛି ଚାଷୀ ଧାର କରଜ କରି ପୁଣି ଧାନ ବୁଣୁଛନ୍ତି।

 ସରକାର ଚାଷୀ ମାନଙ୍କ ପାଇଁ ଅନେକ କିଛି କରୁଥିବାର କହୁଛନ୍ତି କିନ୍ତୁ ଚାଷୀ ଯେ ସର୍ବସ୍ୱାନ୍ତ ହେଉଛି ଏପ୍ରତି କାହାର ଦୃଷ୍ଟି ନାହିଁ।ସରକାରୀ ପ୍ରମାଣିକୃତ ବିହନ କିଣି ଚାଷୀ କ୍ଷତି ସହୁଛି। ଧାନ ବିହନ ବିକ୍ରି କରୁଥିବା ସମିତି ଗଜା ହେଉ ନଥିବା ବିହନ ବଦଳରେ ଅନ୍ୟ କିସମ ବିହନ ଦେଉ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ନୂଆପଡ଼ା ଜିଲ୍ଲା କୃଷି ଅଧିକାରୀ ଦିପ୍ତିମୟୀ ବାରିକଙ୍କୁ ପଚାରିବାରୁ ଚାଷୀ ମାନଙ୍କୁ ଧାନ ଗଜା କରି ବୁଣିବା ପାଇଁ କୁହା ଯାଇଥିଲା କିନ୍ତୁ ସେମାନେ ଏପରି କରି ନଥିବାରୁ ସମସ୍ୟା ଦେଖା ଦେଇଛି ବୋଲି କହିଛନ୍ତି।ସେ ଏହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି।ଛାଷୀ ମୁରଲୀ ଧର ବାରିକ, ଲିଙ୍ଗ ମାଝୀ, ଭୀଷ୍ମ ରଣା, ନକୁଳ ଗୌଡ଼ ପ୍ରମୁଖ ଛାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଟକ ଜିଲ୍ଲାର ଶବର ସାହି, ମୁଣ୍ଡା ସାହି, ସାନ୍ତାଳ ସାହି ଗାଁ ର ଆଦିବାସୀ ପରିବାରଙ୍କ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ କୁ ନିର୍ଦେଶ ଦେଲେ ସରକାର l ଆଦିବାସୀ ଙ୍କୁ ପଟ୍ଟା ମିଳିବା ଆଶା ଉଜ୍ବଳ 

Sunil Chandra Nayak

ସାଇନିଂ ରକର୍ସ ଏକାଡେମୀ ର ପୁରସ୍କାର ବିତରଣ ଉତ୍ସବ 

masiha

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!