ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

ଡାବୁଗାଁ, ୧୮/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସମସ୍ତ ବିଭାଗିୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକରେ ଚାଲୁଥିବା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟ, ଉଦ୍ୟାନ, ମହିଳା ଓ ଶିଶୁ ବିକାଶ, ପ୍ରାଣୀ ପାଳନ,ଜଙ୍ଗଲ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ବିଦ୍ୟୁତ, ମୃତ୍ତିକା ସଂରକ୍ଷଣ, ମିସନଶକ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏମଜିଏନଆରଇଜିଏସ, ସାମାଜିକ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଯୋଗାଣ ବିଭାଗ, ଲ୍ୟାମ୍ପ୍ସ ଆଦି ବିଭାଗରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଏମଜିଏନଆରଇଜିଏସ ରେ ଅଧିକ ରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡାବୁଗାଁ ଲ୍ୟାମ୍ପ୍ସ ଦ୍ଵାରା ଚାଷୀ ମାନଙ୍କୁ ସାର ଯୋଗାଇବାରେ ବିଫଳ ହେବା ଘଟଣା ପାଇଁ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଲ୍ୟାମ୍ପ୍ସ ଏମ୍ ଡି ପାଖରୁ ଆଶାନୁରୂପ ଉତ୍ତର ନପାଇ ସେ ବିଭାଗିୟ ଅଧିକାରୀ ମାନଙ୍କୁ ଏହା ଉପରେ ଶିଘ୍ର ପଦକ୍ଷେପ ନେବା ପାଇଁ କହିଥିଲେ । ଏଭଳି ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ସହ ଡାବୁଗାଁ ର ବିକାଶ ପାଇଁ ସମୀକ୍ଷା ବୈଠକ ରେ ଆଲୋଚନା କରିଛନ୍ତି। ଯେଉଁ ବିଭାଗରେ କାର୍ଯ୍ୟର ବାକି ରହିଛି ତାହା ଶୀଘ୍ର ଶେଷ କରି ୧ ମାସ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଏହି ବୈଠକରେ ନବରଙ୍ଗପୁର ଜିଲପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚିନାରାୟଣ ଦରୱାନ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଡ଼ିଓ ଶରତ ମାଝୀ, ଭାଜପା ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବରିଷ୍ଠ ନେତା ସୋମନାଥ ପୂଜାରୀ ଓ ଲିଙ୍ଗରାଜ ଭତ୍ରା, ସିଡିପିଓ ମିନତୀ ଦାଶ, ବନାଞ୍ଚଳ ଅଧିକାରୀ ତଡିତ ସ୍ଵାଇଁ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସଫଳ କାହାଣୀ , ମୂଷାକାନି ଅଂଚଳରେ ଝରୁଛି ମହୁ

Sunil Chandra Nayak

୫୦ଵର୍ଷରେ ପଦାର୍ପଣ କଲା ଭିତରକନିକାର କୁମ୍ଭୀର ପ୍ରକଳ୍ପ, ପର୍ଯ୍ୟଟକଙ୍କ ଆକର୍ଷଣ ହୋଇଛି ଗୋରୀ, ମଲ୍ଲୀ, ଶ୍ବେତା ନାମକ କୁମ୍ଭୀର

masiha

ଅର୍ଥ ସାଜିଛି ବାଧକ ଖଟରେ ବିତୁଛି କେଶରୀ ତାଣ୍ଡିଙ୍କ ଜୀବନ

Leave a Comment

error: Content is protected !!