ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା – ସାଥୀ

ସାଥୀ

ରାଗ-(ଭୈରବୀ )

 

ମଣିଷ ଜୀବନେ ଜନମ କାଳରୁ

     ଆବଶ୍ୟକ ସାଥୀଟିଏ

ସାଥୀବିନା ଲାଗେ ପ୍ରାଣ ଅକାରଣ

     ଭଲବାଟେ ନିଏ ଯିଏ

     ଜୀବନର ଆଖିସିଏ

ଏମିତିକା ସାଙ୍ଗ ମିଳିଗଲେ ଥରେ

       ମନ ରସାମୃତ ପିଏ |1|

 

ଭାଇ ବନ୍ଧୁକହ ପିତାମାତା କହ

      ସାଙ୍ଗସାଥୀ ମାର୍ଗେ ଥାଏ

ଜୀବନେ ମରଣେ ହାତ ସରିବାକୁ

     ହସିହସି ଚାଲିଥାଏ

     କାନ୍ଦୁଥିଲେ ହାଏ ହାଏ

ସାଥୀର ଆଖିରୁ ନିରନ୍ତର ଲୁହ

      ଧାରଧାର ବହି ଯାଏ |2|

 

କାମିନୀ କାଞ୍ଚନ କେତେ ଦିନ ରହେ

      କିରିକିରି ହସିଥାଏ

ପିତା ମାତା ଭାବ ବଂଚିଥିବା ଯାଏ

      ଚିରସ୍ଥାୟୀ ହୋଇଥାଏ

      ଜୀବନ ଯେ’ଯାଏ ଥାଏ

ପାଖରେ ସମ୍ପଦ ଆସି, ଆସେ ନାହିଁ

     ଅନ୍ତଃକାଳେ ଚାଲିଯାଏ |3|]

 

ଜୀବନର ପଥେ ପଥେ ରହେସାଥୀ

      ଭଲମନ୍ଦ ବୁଝିଥାଏ

ସମୟଟା ସିନା ଏକାଦିବ୍ୟ ସାଥୀ

       ତା ‘ରଥରେ ଧରିଥାଏ

      ନ ଛାଡଇ ବାଟେହାଏ

ପଥେ ଜଗି,ଗଜି ନ ଥାଏ ଜୀବକୁ 

       ପ୍ରଭୁ ପରି ସାଥି ହାଏ |4!

 

ପ୍ରଭୂପରି କେହି ସାରାମର୍ତ୍ତେ ନାହିଁ

      ଜୀବନର ସାଥୀଟିଏ

ତାକୁ ଆଶ୍ରାକଲେ ପାଇବୁ ମୁକତି

, ବୈକୁଣ୍ଠର ସାଥୀସିଏ

     ବିପଦେ କୋଳେଇ ନିଏ

ଶ୍ମଶାନର ମୁଠେ ଅନ୍ତିମ ପାଉଁଶ

         ପର୍ଯ୍ୟନ୍ତ ଆଦରିନିଏ |5!

ଶ୍ରୀ ବିଦ୍ୟାଧର ମହାନ୍ତ,

ତମ୍ବାହରା,

କେନ୍ଦୁଝର, ତା26|03|2022

 

 

Related posts

ତେରେସିଂହାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ 

Sunil Chandra Nayak

ବିହାରୀ ଦଲାଲ ଙ୍କ କବଜ୍ଜାରେ ତିନି ଓଡ଼ିଆ ଝିଅ କୁ ଓଡ଼ିଶା ଫେରାଇ ଆଣିବାକୁ ବ୍ଲକ୍ ଅଧ୍ୟକ୍ଷା ଙ୍କ ଦୃଢ଼ ପଦକ୍ଷେପ 

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!