ସାଥୀ
ରାଗ-(ଭୈରବୀ )
ମଣିଷ ଜୀବନେ ଜନମ କାଳରୁ
ଆବଶ୍ୟକ ସାଥୀଟିଏ
ସାଥୀବିନା ଲାଗେ ପ୍ରାଣ ଅକାରଣ
ଭଲବାଟେ ନିଏ ଯିଏ
ଜୀବନର ଆଖିସିଏ
ଏମିତିକା ସାଙ୍ଗ ମିଳିଗଲେ ଥରେ
ମନ ରସାମୃତ ପିଏ |1|
ଭାଇ ବନ୍ଧୁକହ ପିତାମାତା କହ
ସାଙ୍ଗସାଥୀ ମାର୍ଗେ ଥାଏ
ଜୀବନେ ମରଣେ ହାତ ସରିବାକୁ
ହସିହସି ଚାଲିଥାଏ
କାନ୍ଦୁଥିଲେ ହାଏ ହାଏ
ସାଥୀର ଆଖିରୁ ନିରନ୍ତର ଲୁହ
ଧାରଧାର ବହି ଯାଏ |2|
କାମିନୀ କାଞ୍ଚନ କେତେ ଦିନ ରହେ
କିରିକିରି ହସିଥାଏ
ପିତା ମାତା ଭାବ ବଂଚିଥିବା ଯାଏ
ଚିରସ୍ଥାୟୀ ହୋଇଥାଏ
ଜୀବନ ଯେ’ଯାଏ ଥାଏ
ପାଖରେ ସମ୍ପଦ ଆସି, ଆସେ ନାହିଁ
ଅନ୍ତଃକାଳେ ଚାଲିଯାଏ |3|]
ଜୀବନର ପଥେ ପଥେ ରହେସାଥୀ
ଭଲମନ୍ଦ ବୁଝିଥାଏ
ସମୟଟା ସିନା ଏକାଦିବ୍ୟ ସାଥୀ
ତା ‘ରଥରେ ଧରିଥାଏ
ନ ଛାଡଇ ବାଟେହାଏ
ପଥେ ଜଗି,ଗଜି ନ ଥାଏ ଜୀବକୁ
ପ୍ରଭୁ ପରି ସାଥି ହାଏ |4!
ପ୍ରଭୂପରି କେହି ସାରାମର୍ତ୍ତେ ନାହିଁ
ଜୀବନର ସାଥୀଟିଏ
ତାକୁ ଆଶ୍ରାକଲେ ପାଇବୁ ମୁକତି
, ବୈକୁଣ୍ଠର ସାଥୀସିଏ
ବିପଦେ କୋଳେଇ ନିଏ
ଶ୍ମଶାନର ମୁଠେ ଅନ୍ତିମ ପାଉଁଶ
ପର୍ଯ୍ୟନ୍ତ ଆଦରିନିଏ |5!
ଶ୍ରୀ ବିଦ୍ୟାଧର ମହାନ୍ତ,
ତମ୍ବାହରା,
କେନ୍ଦୁଝର, ତା26|03|2022