ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି 

ବନ୍ଧୁଗାଁ ବ୍ଲକରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି 

ବନ୍ଧୁଗାଁ ତା, ୧୯/୭/୨୪,ବନ୍ଧୁଗାଁ ବ୍ଲକ ଠାରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସୋସ୍ମିତା ମେଲେକା, ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡ଼ିକା ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ପବିତ୍ର ସାଉନ୍ତା ଉପସ୍ଥିତ ରହିଥିଲେ I ଆଜିର ପଞ୍ଚାୟତ ସମିତି ବୈଠକ ରେ ବନ୍ଧୁଗାଁ ବ୍ଲକର ୧୩ ଗଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟା ଉପସ୍ଥିତ ସହ ବ୍ଲକର ସମସ୍ତ ବିଭାଗ ଯଥା -: ତହସିଲ ଦାର ଶ୍ରୀମତି ସୋନାଲି ପାତ୍ର,ଆର. ଡ଼ି. ବିଭାଗର ରଞ୍ଜିତ ନାୟକ, ଏରିଗେସନ ବିଭାଗ, ପୂର୍ତ୍ତ ବିଭାଗ, ଏମ.ଆଇ ଡିଭିଜନ, ବିଜୁଳି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ପ୍ରାଣୀ କେନ୍ଦ୍ର ବିଭାଗ, ଶିକ୍ଷା ବିଭାଗ, (W E O ) ବିଭାଗ ଓ ବ୍ଲକ କାର୍ଯ୍ୟାଳୟରେ ଯୋଡିତ ଥିବା ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ I ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ବଜିତ ସେଠି ବୈଠକକୁ ଆୟୋଜନ କରିଥଲେ I ଏହି ବୈଠକ ମୁଖ୍ୟତ ବର୍ଷକୁ ଦୁଇ ଥର କୋରାଯାଇଥାଏ I ଏହି ବୈଠକରେ ମୁଖ୍ୟତ ଭାବରେ ପଞ୍ଚାୟତର ପ୍ରତ୍ୟକ ଗ୍ରାମରେ ରହିଥିବା ଜେ କୌଣସି ବିଭାଗର ସମସ୍ୟା ରହିଥିଲେ ତାକୁ ଭିତ୍ତିକରୀ ଲିଖିତ ଭାବରେ ସରପଞ୍ଚ ଓ ସମିତି ସଭ୍ୟ କିମ୍ଭା ସଭ୍ୟା ଉପସ୍ଥିତ ହୋଇ ବିଡ଼ିଓଙ୍କୁ ପ୍ରଦାନ କରି ତାର ଅସୁବିଧା କାର୍ଯ୍ୟକୁ କିପରି ସୁଧାର କୋରାଯିବ ଓ ଉନ୍ନତି ମୂଳକ କାର୍ଯ୍ୟ କୋରାଯାଇ ପାରିବ ତା ବିଷୟରେ ଲିଖିତ ଭାବରେ ବିଡ଼ିଓ ଙ୍କୁ ଜଣାଇ ତାର ସମାଧାନ ପାଇଁ ଦରଖାସ୍ତ ମାଧ୍ୟମରେ ଦିଆଯିବା ପାଇଁ ଏହି ପଞ୍ଚାୟତ ସମିତି ବୈଠକ କୋରାଯାଇଥାଏ I ଏଥିରେ ଆଜି ମାତ୍ରକ ୨୦ ଗୋଟି ବିଷୟରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଲିଖିତ ଭାବରେ ଦେଇଥିବା ବେଳେ ସମିତି ସଭ୍ୟ ଓ ସଭ୍ୟା ଓ ସରପଞ୍ଚ ନିଜ ନିଜର ପଞ୍ଚାୟତ ର ସମସ୍ତ ଗ୍ରାମକୁ ଯାଇ ଲୋକଙ୍କ ଠାରେ ସମସ୍ୟା ବିଷୟ ବୁଝି ସୋମବାର ଦିନରେ ଅନ୍ୟାନ୍ୟ ବିଷୟରେ ଲିଖିତ ଭାବରେ ଦରଖାସ୍ତ ଦିଆଯିବ ବଲି ଜିପିଇଓ ଶ୍ରୀନିବାସ ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଗଠନ ହେଲା ଶିକ୍ଷକ ସମନ୍ୱୟ କମିଟି 

masiha

ବାଳସୁଧାର ଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

Leave a Comment

error: Content is protected !!