ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପ୍ରଗତି ଉତ୍କଳ ସଂଘରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା :ବୃକ୍ଷ ହିଁ ଜୀବନ। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି। ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସାହିତ୍ୟ – ସଂସ୍କୃତି କାର୍ଯ୍ୟକ୍ରମ ସହ ପରିବେଶର ସୁରକ୍ଷା ପାଇଁ ପ୍ରତିବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥାଏ। ଏହି କ୍ରମରେ ଆଜି ସଂଘର ଏକ ଏକର ପରିମିତ ନିଜସ୍ଵ ଜମିରେ ଖାଲିଥିବା ଥିବା ସ୍ଥାନରେ ସଂଘ ପକ୍ଷରୁ ବିଭିନ୍ନ କିସମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ତଥା ସଙ୍ଘର ସଭାପତି ପ୍ରତାପ କୁମାର ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଉପସ୍ଥିତ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ସର୍ବଶ୍ରୀ ରଶ୍ମିରଞ୍ଜନ ବୋଇତାଇ, ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଲକ୍ଷ୍ମଣ ନାଥ ଦାସ, ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ସତ୍ୟନାରାୟଣ ଦାଶ, ପ୍ରସନ୍ନ କୁମାର ମହାନ୍ତି, ଧରଣୀଧର ସାମଲ, ହରିହର ଶତପଥୀ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ନିରଞ୍ଜନ ପଣ୍ଡା, ସୁନୀଲ ଦାସ, ଅମରେନ୍ଦ୍ର ପାଢ଼ୀ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶେଷରେ ଘନଶ୍ୟାମ ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଳିଗାଁ ହାଇ ସ୍କୁଲର ବାର୍ଷିକ ଉତ୍ସବ

masiha

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାହିତ୍ୟ ଆସର 

masiha

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

Leave a Comment

error: Content is protected !!