ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲାରେ କୌଶଳ ରଥ ପରିକ୍ରମା  ଯୁବ ଦକ୍ଷତା ବିକାଶର ପ୍ରଚାର 

ରାୟଗଡ ଜିଲ୍ଲାରେ କୌଶଳ ରଥ ପରିକ୍ରମା 

ଯୁବ ଦକ୍ଷତା ବିକାଶର ପ୍ରଚାର 

ରାୟଗଡ ତା:୨୭-୦୭-୨୦୨୪ରିଖ, ଗତ ୧୫ତାରିଖ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ଦକ୍ଷତା ରଥ ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟ ଠାରେ ୨୨ତାରିଖ ସନ୍ଧ୍ୟାରେ ପହଁଚିବା ପରେ ୨୩ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କିରନ ଦୀପ କୌରଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ରାୟଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ବୁଲି ଯୁବକ ମାନଙ୍କୁ ଦକ୍ଷତା ବିକାଶ ଉପରେ ସଚେତନ କରିବା ନିମନ୍ତେ ପରିକ୍ରମା କରିଥିଲା । ଗୁଣପୁର ବସ ଷ୍ଟାଣ୍ଡ ନିକଟରେ ଏକ ରୋଡ ସୋ ର ଶୁଭାରମ୍ଭ ସମୟରେ ଉପ ଜିଲ୍ଲାପାଳ ଗୁଣପୁରଙ୍କ ସମେତ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର, କନିଷ୍ଠ ନିୟୋଜନ ଅଧିକାରୀ ସନ୍ତୋଷ କୁମାର ନନ୍ଦ, ଦକ୍ଷତା ବିକାଶ ବିଭାଗର ପ୍ରିୟ ରଞ୍ଜନ ଦାଶ, ଜିଆଇଇଟି ଡିନ ଏନ ଭି ଜେ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ତତପରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଛାତ୍ର ଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ରଥର ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ କୌଶଳ ରଥ ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟଗୁଣପୁର ବାଇପାସ ଛକ, ଗୁଣପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ପୁଟାସିଂ, ଗୁଣପୁର ମହାବିଦ୍ୟାଳୟ, ଖିଲାମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦ୍ରୌପଦୀ ବିଦ୍ୟାପୀଠ, ଗୁମୁଡ଼ା, ପାଳୁପାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମଝିଘରିଆଣି ଯାନ୍ତ୍ରିକ ମହାବିଦ୍ୟାଳୟ, ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣା, ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଷମକଟକ, ଗଜବହଲ ଶିଳ୍ପ ତାଲିମ କେନ୍ଦ୍ର, ଉଗ୍ରତାରା ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣ ମିଶନ, ମୁନିଗୁଡା, ଜି ସି ଡି ଉଚ୍ଚ ବିଦ୍ୟାଳୟ, ଉତ୍କଳ ଗୌରବ ମଧୁସୂଦନ ଯାନ୍ତ୍ରିକ ମହାବିଦ୍ୟାଳୟ, ରାୟଗଡ଼ ଆଦି ପରିକ୍ରମା କରିବା ପରେ ରାୟଗଡ ସ୍ଥିତ ବାରିଝଲା ଏକଲବ୍ୟ ମଡେଲ ବିଦ୍ୟାଳୟ ଠାରେ ଉଦଯାପିତ ହୋଇଥିଲା ।

୨୬ତାରିଖ ଅପରାହ୍ନ ୪ଘଟିକା ସମୟରେ ଉଦଯାପନୀ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଯାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାୟଗଡ ଆରକ୍ଷୀ ଅଧିକ୍ଷକ ହରିଷ ବି ସି, ରାୟଗଡ ଉପ ଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କୌଶଳ ରଥ ଜିଲ୍ଲା ପରିକ୍ରମା କରିବା ସହ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ଆଇ ଟି ଆଇ ଆଦିର ଯୁବକ ମାନଙ୍କୁ ଦକ୍ଷତା କୌଶଳ ବିଷୟରେ ସଚେତନ କରିଥିବାରୁ ଅତିଥିମାନେ ଭୁୟସିଂ ପ୍ରଶଂସା କରିଥିଲେ । କୌଶଳ ରଥ ରାୟଗଡ ଜିଲ୍ଲା ପରିକ୍ରମା କରିବା ପରେ କୋରାପୁଟ ଜିଲ୍ଲା ପରିକ୍ରମା କରି ସଚେତନତା କରିବ, ରଥକୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ଅର୍ପଣ କରାଯାଇଥିଲା । ପରିଶେଷରେ ଜିଲ୍ଲା ଦକ୍ଷତା ଅଧିକାରୀ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

masiha

ବ୍ରହ୍ମପୁର ମହାନଗରନିଗମର ଦଶମ ପୁସ୍ତକମେଳା ଉଦଯାପନୀ ସାରସ୍ୱତ ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ପ୍ରକାଶନୀ କୁ ସମ୍ମାନିତ କରାଯାଇଥିଲା

masiha

Leave a Comment

error: Content is protected !!