ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳି ଖୁଟି ରାସ୍ତା,,ଭାରି ହିନସ୍ଥା,,,ଲୋକେ ଗୁହାରି କରିବେ କାହାକୁ !

ତେନ୍ତୁଳି ଖୁଟି ରାସ୍ତା,,ଭାରି ହିନସ୍ଥା,,,ଲୋକେ ଗୁହାରି କରିବେ କାହାକୁ !

ଜୁନାଗଡ଼,୨୮/୭.(ନି.ପ୍ର):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭାଟି ତେନ୍ତୁଳିଖୁଣ୍ଟି ମୁଖ୍ୟ ରାସ୍ତା ଅତି ଶୋଚନୀୟ ଅବସ୍ଥା ଥିବା ଦେଖିବାକୁ ମିଳିଛି। ଚାରଭାଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରୁ ତେନ୍ତୁଳିଖୁଣ୍ଟି ଚାରି ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଗତ କେଇମାସ ତଳେ ନିର୍ମାଣ କାର୍ଯ୍ୟ କର୍ଯାଇଥିଲା, ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ସହ ବେପରୁଆ ସମ୍ପାଦନା ଯୋଗୁଁ ରାସ୍ତା ଲୋକଙ୍କ ସୁବିଧା କରିବା ବଦଳରେ ଖାଲ ଖମାରେ ଅସୁବିଧା ସୃଷ୍ଟି କରୁଛି । କେନାଲ ଠାରୁ ଗାଁକୁ ଆସୁଥିବା ଗ୍ରାମ ରାସ୍ତା ମଧ୍ଯ ଆଣ୍ଠୁଏ କାଦୁଅ ଯୋଗୁଁ ଲୋକେ ବିଭିନ୍ନ ପ୍ରକାର ହଇରାଣ ହେବା ସହ ନିଜ ଚାଷ ଜମିକୁ ହଲ ନଗଲ ନେବା ସହ ସମସ୍ୟା ଭୋଗୁଛନ୍ତି । ଚାରଭାଟି ଗ୍ରାମ ପଂଚାୟତର ସରପଂଚ ନିଜେ ତେନ୍ତୁଳିଖୁଣ୍ଟି ଗ୍ରାମ ବାସିନ୍ଦା ହୋଇଥିବା ବେଳେ ସଂପୃକ୍ତ ଗ୍ରାମର ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତାର ହାଲ ବେହାଲ ହୋଇଥିବା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ ଯଥା ଶୀଘ୍ର ଏହି ରାସ୍ତାର ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରବେଶ ଉତ୍ସବରେ ସମୂହ ଖଡିଛୁଅଁ କାର୍ଯ୍ୟକ୍ରମ 

Sunil Chandra Nayak

ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ତ୍ୱ

masiha

କର୍ମବୀର,ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କ ୬୩ ତମ ମହାପ୍ରୟାଣ ଦିବସରେ ସ୍ମୃତି ସଭା

masiha

Leave a Comment

error: Content is protected !!