ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି 

ଉମରକୋଟରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି 

ନବରଙ୍ଗପୁର :(୨୯|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥ‌ିରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଦ୍ବାରା ୩୪ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲ୍ଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥ‌ିଲେ । ୩୪ ଟି ଅଭିଯୋଗ ମଧ୍ୟରୁ ୨୪ ଟି ଅଭିଯୋଗ ବ୍ୟକ୍ତିଗତ, ୧୦ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥ‌ିବା ବେଳେ ୬ ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା!ଏହି ଅଭିଯୋଗ ସୁଶାଣୀ ରେ ତିନି ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ, ଦୁଇ ଜଣଙ୍କୁ ହୁଇଲ ଚେୟାର, ୨୨ ଜଣଙ୍କୁ ଶ୍ରବଣଯନ୍ତ୍ର ଓ ୧୯ ଜଣ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଧବା ଭତ୍ତା ଜିଲ୍ଲାପାଳ ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା |ଉକ୍ତ ସୁଶାଣୀ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କ ନବରଙ୍ଗପୁର ଆରକ୍ଷୀ ଅଧ‌ିକ୍ଷକ ରୋହିତ ବର୍ମା, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଉମରକୋଟ ଏସଡିପିଓ ମଧୁଶିକ୍ତା ମିଶ୍ର, ରେଞ୍ଜର ଦେବସ୍ମିତା ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ,ଏବଂ ଜିଲ୍ଲା ଓ ଉମରକୋଟ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ମସିହା ନିୟୁଜ୍ ସର୍ଭିସ 

Related posts

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

୧୦୦ପ୍ରତିଶତ ଶ୍ରବଣଶକ୍ତି ନଥିବା ପ୍ରମାଣପତ୍ରରେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ନନ୍ଦିନୀ 

Sunil Chandra Nayak

ସି ଏଲ ଏଫ ଫର ରେ ଇସି ମେମ୍ବର ମଞ୍ଜୁଲତା ବାରିକ କୁ ପଦରୁ ବହିଷ୍କାର ଦାବିରେ ପଞ୍ଚାୟତ ଅଫିସ ରେ ବୈଠକ

Leave a Comment

error: Content is protected !!