ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ସାରସ୍ବତ ଅଭିନନ୍ଦନ

ସାରସ୍ବତ ଅଭିନନ୍ଦନ

 

ମାଆ ବିରଜାଙ୍କୁ ପ୍ରାର୍ଥନା କରି ମୁଁ

ଅଭିନନ୍ଦନଟି ଦିଏ ,

ସାରସ୍ୱତ ହେଉ ସତ୍ୟରେ ପ୍ରଗତି

 ଆନନ୍ଦେ ଅଧିର ରୁହେ ।।

 

ସାହିତ୍ୟକ ହୋଇ ସତ୍ଯ ପଥେ ଯିବା

ଅଜ୍ଞ ଉମାକାନ୍ତ କୁହେ ,

ଏ ଉତ୍କଳ ମାଟି ମାନ ମର୍ଯ୍ୟାଦାର

ବାଣୀ ଇତିହାସ ବୁହେ।।

 

ଯେଉଁ ଭାଷା ଆଜି ଶାସ୍ତ୍ରୀୟ ଭାଷାରେ

ଜଗତ ମାନ୍ୟତା ଦିଏ,

ବାହ୍ଯ ଦୁନିଆରେ ଭବ୍ଯ କବି ହୋଇ

ରଖିବା ମାନ ତା ସର୍ବେ ।।

 

ସତ୍ୟ ସମ୍ପର୍କର ମହା ସେତୁ ବାନ୍ଧି

ବଞ୍ଚିବା ଏ ମାଟି ଗର୍ଭେ,

ଚାରି ଦିଗେ ଆମ୍ଭ ଉତ୍କଳ ଗାରିମା

କହି ବୁଲୁଥିବା ଗର୍ବେ ।।

 

ସଂସ୍କୃତି ଏକତା ୟା ମୂଳ ଆଧାର

ଯା ବଳେ ସକ୍ରିୟ ଆମ୍ଭେ,

ମଧୁବାବୁ ଆଦି ଯେତକ ସଂଗ୍ରାମୀ

କରି ପାଇଛନ୍ତି ସେବେ ।।

 

ଭାଷା ଅଗ୍ରଗତି ଏ ରାଜ୍ୟ ସମ୍ପତ୍ତି

ଅଜାଡି ନ ଦିଅ କେବେ,

ନିଷ୍ଠାପର ଭାବେ ହୋଇ ଦ୍ବାରପାଳ

ଜଗି ରହୁଥିବା ସର୍ବେ।।

 

ଉମାକାନ୍ତ ଦାସ

ସମ୍ପାଦକ

ଜୟ ମାଆ ବିରଜା ସାହିତ୍ୟ ସଦନ

ଲାଲାବାଗ ,ଖାନନଗର ଯାଜପୁର

 

Related posts

ସାମ୍ବାଦିକ ସଂଘ ଓ ଲୋକ ପ୍ରତିନିଧି ତରଫରୁ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଗଞ୍ଜେଇ  ଚୋରାଚାଲାଣ ବେଳେ କେସିଙ୍ଗା ପୋଲିସ୍ ଦ୍ୱାରା ଧରପଗଡ ୪ ଗିରଫ

Sunil Chandra Nayak

ଦାସିଗାଁ ପେକ୍ସ ସଭାପତି ଭାବେ ବିଶ୍ୱନାଥ କର ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!