ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ ଅବସରରେ ରେଡ଼କ୍ରସ ପାଣ୍ଠିକୁ ଦାନ 

ନିଜ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ ଅବସରରେ ରେଡ଼କ୍ରସ ପାଣ୍ଠିକୁ ଦାନ 

ନବରଙ୍ଗପୁର:(ତା ୩୧.୦୭.୨୦୨୪) ଗରିବ, ଅସହାୟ, ଦିବ୍ୟଅଙ୍ଗ ଅର୍ଥ ଅଭାବରୁ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ ଜରୁରୀକାଳୀନ ପରିସ୍ଥିତି ରେ ସମାଜ ସେବା ରେ ସିଧାସଳଖ ରେଡ଼କ୍ରସ ପାଣ୍ଠି ଲୋକଙ୍କ କାମରେ ଲାଗିଥାଏ। ଆଜି ନିଜ ସରକାରୀ ଚାକିରି ରୁ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଶିବାନୀ ଗୁହା ଜିଲ୍ଲା ରେଡକ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦଶ ହଜାର ଟଙ୍କା ରେ ଚେକ୍ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ପ୍ରଦାନ କରିଥିଲେ। ଚେକ ପ୍ରଦାନ ସମୟରେ ଶ୍ରୀମତୀ ଗୁହା ଙ୍କ ସ୍ୱାମୀ ତଥା ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ରାଧେଶ୍ୟାମ ଲାଏକ୍ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜୀ ଭେଙ୍କାଟା ରେଡି ଉପସ୍ଥିତ ଥିଲେ। ସମାଜ ର ସେବା ରେ ଲାଗିବା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦଶ ହଜାର ଟଙ୍କା ଦାନ କରିଥିବାରୁ ଶ୍ରୀମତୀ ଗୁହା ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ଶୁଭେଚ୍ଛା ସହ ଧନ୍ୟବାଦ୍ ଜଣାଇଥିଲେ। ଏହି ଅବସରେ ଜରୁରୀକାଳୀନ ପରିସ୍ଥିତି ରେ ସମାଜର ଲୋକଙ୍କ ହିତରେ ରେଡ଼କ୍ରସ ପାଣ୍ଠି ଖର୍ଚ୍ଚ ହେଉଥିବା ରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ବଦାନ୍ୟ ବ୍ୟକ୍ତି ବିଶେଷ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଆହ୍ଵାନ ଦେଇଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ 55ବର୍ଷୀୟ ବୟସ୍କ ମହିଳା ପ୍ରମିଳା ବେହେରା ଙ୍କ ମୃତ୍ୟୁ

Sunil Chandra Nayak

ଜୁନାଗଡ଼ରେ ଶ୍ରମିକ ଶକ୍ତିର ମହାମିଳନ: ଉତ୍ସାହର ସହ ପାଳିତ ହେଲା ୧୦୪ତମ ବିଶ୍ଵ ଶ୍ରମିକ ଦିବସ

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

Leave a Comment

error: Content is protected !!