ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରୀଛାତ୍ର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରୀଛାତ୍ର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ଡାବୁଗାଁ, ୧/୮(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭୈରବ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଚଳିତ ଶିକ୍ଷା ବର୍ଷରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ନୂତନ ଛାତ୍ରୀଛାତ୍ର ମାନଙ୍କୁ ଏକ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ଅଧ୍ୟକ୍ଷ ଶ୍ରୀ ନାହାକ ତାଙ୍କ ସ୍ଵରଚିତ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ l ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ମାନଙ୍କ ଦ୍ଵାରା ଚଳିତ ଶିକ୍ଷା ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୮୮୦୯/୨୯|୭|୨୦୦୪ ରେ ସୂଚୀତ ସମସ୍ତ ବିଷୟ ଉପରେ ଛାତ୍ରୀଛାତ୍ର ମାନଙ୍କୁ ମାର୍ଗ ଦର୍ଶନ ଦିଆଯାଇଥିଲା l କର୍ମ କର, ଫଳ ଆଶା ନ ରଖି ଆଗେଇ ଚାଲ, ୟୁନିଫର୍ମ ପିନ୍ଧି ବିଦ୍ୟାଳୟ କୁ ସଠିକ ସମୟରେ ଆସିବା, କୌଣସି ଝିଅ କୁ କମେଟ ମାର ନାହିଁ, ନିଜ ଭଉଣୀ ପରି ବ୍ୟବହାର କର ଇତ୍ୟାଦି ଛାତ୍ରୀଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ଅଧ୍ୟାପିକା ପ୍ରତିକ୍ଷା ପ୍ରିୟଦର୍ଶନୀ ସ୍ଵାଇଁ, ଖୁଲଣାବତୀ ପୂଜାରୀ, ରଶ୍ମିତା ପାଢୀ, ଅଧ୍ୟାପକ ସନ୍ତୋଷ କୁମାର ସିଂ ଲାଲ, ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ସରୋଜ କୁମାର ବୋଡକିଆ, ଲିପୁ ଚନ୍ଦ୍ର ମାଝୀ, ପଦମ ଭତ୍ରl ଓ କର୍ମଚାରୀ, ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ | ଶେଷରେ ଅଧ୍ୟାପକ ଶ୍ରୀ ବୋଡକିଆ ଧନ୍ୟବାଦ ଅର୍ପଣ କରିବା ପରେ ଅଧ୍ୟକ୍ଷ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

Government should take positive steps to make media fearless.

masiha

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

masiha

Leave a Comment

error: Content is protected !!