ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତଲାଗାଁ ଠାରେ ମା କାଳି ବାହୁଡ଼ି ଙ୍କ ପଣାଢଳା ଯାତ୍ରା ଅନୁଷ୍ଠିତ

କୋକସରା,୧୩/୪(ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବଡ଼ ପୋଡ଼ାଗୁଡା ପଂଚାୟତ ତଲାଗାଁ ଠାରେ କାଉଡୋଳିଆ ମାଝୀ ପରିବାର ର ଗୁରୁ ତଥା ଶ୍ରୀ କାଳେଶ୍ୱର ମହାଦେବ ତଥା ଇଷ୍ଟ ଦେବୀ ମା କାଳି ବାହୁଡ଼ି ଙ୍କ ପଣାଢଳା ଯାତ୍ରା ଚୈତ୍ର ଶୁକ୍ଳପକ୍ଷ ଏକାଦଶୀ ତିଥି ରେ ଅନୁଷ୍ଠିତ ହୋଇଯାଇଛି। ପଡୋଶୀ ନବରଙ୍ଗପୁର ଜିଲ୍ଲା ର ଭେଜିଗୁଡା ମା କାଳି ବାହୁଡ଼ି ଙ୍କ ମୁଖ୍ୟ ପୀଠସ୍ଥଳୀ ହୋଇଥିବା ବେଳେ ସେଠାରୁ ମା ଙ୍କ ଲାଠି କୁର୍ସି ଆସିବା ପରେ ପଣାଢଳା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।କିଛି ବର୍ଷ ଅନ୍ତରାଲରେ ଏହି ପଣାଢଳା ଯାତ୍ରା ରେ ପଡ଼ୋଶୀ ନବରଙ୍ଗପୁର ଜଗଦଲପୁର, ରାଇଘର, ଛତିଶଗଡ଼ ଦେଭୋଗ ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ବଂଶୀୟ ଜ୍ଞାତି କୁଟୁମ୍ବ ଲୋକମାନେ ଆସି ଯୋଗଦେଇ ନିଜର ଇଷ୍ଟଦେବୀ ଙ୍କ ନିକଟରେ ନିଜର ପରିବାର ର ସୁଖ ମଙ୍ଗଳ କାମନା କରିଥିଲେ। ନିଃସନ୍ତାନ ଦମ୍ପତି ଙ୍କୁ ସନ୍ତାନ ଦାନ ଓ ରୋଗ ଶଯ୍ୟା, ଭୁତ,ପ୍ରେତ ଦାଉରୁ ମା ରକ୍ଷା କରିବା ବିଶ୍ୱାସ ରହିଥିବା ନେଇ ଶ୍ରଦ୍ଧାଳୁ ମାନେ କୁହନ୍ତି ।କାଉଡୋଳିଆ ମାଝୀ ପରିବାର ର ବଂଶଜ ମାନେ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଯାତ୍ରା ରେ ସାମିଲ ହେବାକୁ ଆସନ୍ତି। ମା କାଳି ବାହୁଡ଼ି ଙ୍କ ପୀଠ ର ମୁଖ୍ୟ ପୂଜକ ଲକ୍ଷ୍ମୀଧର ପୁଝାରି, ଜୟଲାଲ ପୁଝାରି ଙ୍କ ପୂଜାର୍ଚ୍ଚନା ପରେ ଶିରା ପୁସ୍ତମ ପୁଝାରି, ସେନାପତି ପୁଝାରି, ଦେବ ପୁଝାରି ସମେତ ପଡ଼ୋଶୀ ଗାଁ ର ଅନେକ ଦେବାଦେବୀ ଙ୍କ କାଲିସି ଦେହରେ ବିଜେ କରନ୍ତି। ଏହା ସହ ପାର୍ଶ୍ଵ ଦେବୀ ଭାବେ ମା ପଞ୍ଚମୁଖି କାଳି, ମା ମାନପୁରିଆଣି, କୁଣୀ ମାଝୀ ଦେବୀ ମାନେ ମଧ୍ୟ ଏହି ଯାତ୍ରା ରେ ପୂଜା ପାଆନ୍ତି। ପାର୍ଶ୍ଵ ଦେବୀ ଙ୍କୁ ବୋଦା, କୁକୁଡ଼ା, ପାରା ଆଦି ବଳି ଦିଆଯାଏ। କାଉଡୋଳା, ଶର୍ଗିଗୁଡା, ବୋବରିଆ, ରଏନଗୁଡା , ଧୋବେନପଡ଼ା, ଘଣ୍ଟିଗୁଡା ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏହି ଯାତ୍ରା ରେ ମାନସିକଧାରୀ ଶ୍ରଦ୍ଧାଳୁ ମାନେ ମା ଙ୍କ ନିକଟରେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପରିବାର ର ସୁଖ ଶାନ୍ତି ମନାସିଥିବା କହିଛନ୍ତି । ମ ନି ସ 

Related posts

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବର ଆସୁଛି ଦେଖ

Sunil Chandra Nayak

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ! ପୋଲିସ ର ତଦନ୍ତ ଶିଥିଳ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏସ ପି ଙ୍କୁ ଭେଟି ଅଭିଯୁକ୍ତ ମାନଙ୍କ ର ଗିରଫ ଦାବୀ କଲା କୁଇ ସମାଜ ସେବା ସମିତି ମହିଳା ସଙ୍ଗଠନ

Leave a Comment

error: Content is protected !!