ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ…. ୯ରେ ଜୁନାଗଡ଼, ୧୨ରେ ଭବାନୀପାଟଣାରେ ସ୍ବତନ୍ତ୍ର ବୈଠକ ପାଇଁ ନିର୍ଦ୍ଦେଶ

ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ….

୯ରେ ଜୁନାଗଡ଼, ୧୨ରେ ଭବାନୀପାଟଣାରେ ସ୍ବତନ୍ତ୍ର ବୈଠକ ପାଇଁ ନିର୍ଦ୍ଦେଶ

କଳାହାଣ୍ଡି ଜିଲ୍ଲାରେ ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ୧୦ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହାକୁ ଚାଲେଞ୍ଜ କରି ମୁକେଶ ଅଗ୍ରୱାଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ଫଳରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅଗଷ୍ଟ ୧ ତାରିଖରେ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ସ୍ଵତନ୍ତ୍ର ବୈଠକ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଏହି ସ୍ବତନ୍ତ୍ର ବୈଠକର ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଅସୁସ୍ଥତା ଦର୍ଶାଇ ଅନୁପସ୍ଥିତ ରହିବାରୁ ବୈଠକ ବାତିଲ ହୋଇଥିଲା। ଏନେଇ ୧୦ ଜଣ କାଉନସିଲର କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଅନାସ୍ଥା ପ୍ରସ୍ତାବ ନିମନ୍ତେ ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ଜିଲ୍ଲାପାଳ ଆସନ୍ତା ୯ ତାରିଖରେ ଜୁନାଗଡ଼ ଏନ୍ଏସି ଅନାସ୍ଥା ପ୍ରସ୍ତାବ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକ ପାଇଁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ଦାୟିତ୍ଵ ଦିଆଯାଇଛି ।

ସେହିପରି ଭବାନୀପାଟଣା ପୌର ପରିଷଦରେ ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ୨୦ ଜଣ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହାକୁ ଚାଲେଞ୍ଜ କରି ସଂଯୁକ୍ତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ମାନ୍ୟବର ହାଇକୋର୍ଟ ଏହି ମାମଲାକୁ ଖାରଜ କରିବା ସହିତ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ନିମନ୍ତେ ତାରିଖ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଆସନ୍ତା ୧୨ ତାରିଖରେ ଭବାନୀପାଟଣା ପୌରପରିଷଦର ଅନାସ୍ଥା ପ୍ରସ୍ତାବ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତିଙ୍କୁ ଏହି ବୈଠକର ଦାୟିତ୍ଵ ଦିଆଯାଇଛି। ବର୍ତ୍ତମାନ ଭବାନୀପାଟଣା ପୌର ପରିଷଦରେ ୨୦ରୁ ୧୮ଟି ୱାର୍ଡରେ ବିଜେଡି କାଉନସିଲର ଥିବା ବେଳେ ଅଧ୍ୟକ୍ଷା ମଧ୍ୟ ବିଜେଡିରେ ଅଛନ୍ତି । ଅନ୍ୟପକ୍ଷରେ ଜୁନାଗଡ଼ ଏନ୍ଏସିର ଅଧ୍ୟକ୍ଷ ବିଜେପିର ଥିବା ବେଳେ ୧୨ଟି ୱାର୍ଡ ମଧ୍ୟରୁ ୧୦ ଜଣ କାଉନସିଲର ବିଜେଡି ଓ ୨ ଜଣ କାଉନସିଲର ବିଜେପିର ଅଛନ୍ତି। ଜୁନାଗଡ଼ ବିଧାୟକ ବିଜେଡିର ଥିବା ବେଳେ ବିଜେପି ଅଧ୍ୟକ୍ଷଙ୍କୁ ଅନାସ୍ଥା ପ୍ରସ୍ତାବରେ ପରାଜିତ କରିବା ପାଇଁ ଗୋଟି ଚାଳନା କରୁଛନ୍ତି।

ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି। ଭବାନୀପାଟଣାରେ ବିଜେଡିର ଅନ୍ତକଳହ ଯୋଗୁଁ ନିଜ ଦଳର ଅଧ୍ୟକ୍ଷାଙ୍କୁ ପଦଚ୍ୟୁତ କରିବା ପାଇଁ ଆରମ୍ଭ ହୋଇଛି ରାଜନୈତିକ ଷଡ଼ଯନ୍ତ୍ର। ଅନ୍ୟପକ୍ଷରେ ବିଜେଡି କାଉନସିଲରମାନଙ୍କୁ ମନାଇବା ପାଇଁ ଅଧ୍ୟକ୍ଷା ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇ ଥିବାରୁ ଏଥିରେ ସେ ସଫଳ ହେବେ ତାହା ଦେଖିବାକୁ ବାକି ରହିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ବ୍ଲକ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ତେରେସିଂହା ଡିଗ୍ରୀ କଲେଜ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସ୍ୱନମ ୱାଞ୍ଚୁ ଙ୍କ ସମର୍ଥନରେ ରାଉରକେଲା ରେ ଆଇନଜୀବୀ ଙ୍କ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!