ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ପ୍ରସ୍ତୁତି ବୈଠକ

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ପ୍ରସ୍ତୁତି ବୈଠକ

ଜୁନାଗଡ଼ ୫/୮ ( ମନିସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣ୍ଡ।କୁଟ୍ର। କର୍ତ୍ତବ୍ୟ ଅନୁଷ୍ଠାନ ଠାରେ ଆଗାମି ୧୯ ତାରିଖରେ ହେବାକୁ ଥିବା ରକ୍ଷା ବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ ସମ୍ବାଦ ସାହିତ୍ୟ ଘର ବ୍ଲକ ସଂଯୋଜକ ସୁନ୍ଦର ମୋହନ ଛତ୍ରିଆ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବୈଠକରେ ବରିଷ୍ଠ କବି ରମେଶ ଚନ୍ଦ୍ର ନାୟକ ,ଶିକ୍ଷାବିତ ରାଧେଶ୍ୟାମ ପଣ୍ଡା ଏବଂ ଜିଲ୍ଲା ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ବିଶି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉପରେ ନିଜ ନିଜ ମତ ରଖିଥିଲେ ।ଏଥିରେ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ସୀମାଞ୍ଚଳ ନାଗ ,ପ୍ରିୟବ୍ରତ ବାଣୁଆ ,ଉଦ୍ଧବ ସାହୁ , ବିଶ୍ୱ ନାଥ କର ,କୈଳାସ ରାଉତ ଏବଂ ଜୁନାଗଡ଼ ସାମ୍ବାଦିକ ସଂଘର ସଭାପତି ହିମାଂଶୁ ବର।ଡ଼ ୧୯ ତାରିଖର କାର୍ଯ୍ୟକ୍ରମ କୁ ମହା ସମାରୋହରେ ପାଳନ କରିବା ସହ ବିଭିନ୍ନ ଅନୁଷ୍ଠାନର କର୍ମ କର୍ତ୍ତା ,ମହିଳା ମାନଙ୍କୁ ସାମିଲ କରାଯାଇ କାର୍ଯ୍ୟକ୍ରମ କୁ ସଫଳ କରାଯିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ପ୍ରମୋଦ କୁମାର ଛ ତ୍ରିଆ ପରିଚାଳନା କରିଥିଲେ ।ଦୁତୀୟ ଅଧିବେଶନ ରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ କବିତା ପାଠ କରାଯାଇଥିଲା । ଏଥିରେ ଅନେକ କବି ନିଜର କବିତା ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ସାଗର ପରିଚାଳନା କରିଥିବାବେଳେ କବି ପ୍ରେମ ଲାଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ତହସିଲ ରେ ବିଭିନ୍ନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଆଇନ ଜୀବୀ ସଂଘ ର ଆଲୋଚନା

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ପରିଦର୍ଶନ ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ

masiha

Leave a Comment

error: Content is protected !!