ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ୍‌, ଜଣେ ମୃତ, ଜଣେ ଗୁରୁତର 

ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ୍‌, ଜଣେ ମୃତ, ଜଣେ ଗୁରୁତର 

ନବରଙ୍ଗପୁର:(ତା୫/୦୮) ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମରେ ପାଣି ଟ୍ୟାଙ୍କରକୁ ଏକ ବାଇକ୍‌ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ସିନ୍ଧିଗୁଡା ଗ୍ରାମର ବୈଶିଷ୍ଟ ମାଝୀ(୨୦) ଏବଂ ବିଶ୍ବମ୍ବର ଭତ୍ରା(୧୯) ବାଇକ୍‌ ଯୋଗେ ଉଆଁସ ପରବ ପାଳନ କରିବା ପାଇଁ କୁହୁରାକୋଟ ଗ୍ରାମରେ ରହୁଥିବା ବୈଶିଷ୍ଟଙ୍କ ମାମୁଙ୍କ ଘରକୁ ଯାଉଥିଲେ। ତେବେ ରାତି ପ୍ରାୟ ସାଢ଼େ ୯ଟାରେ ଦେଉଲକଣା ଗ୍ରାମ ହାଟପଦା ନିକଟରେ ଛିଡ଼ା ହୋଇଥିବା ଏକ ପାଣି ଟ୍ୟାଙ୍କରକୁ ବାଇକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୈଶିଷ୍ଟଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ବିଶମ୍ବର ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସଂପର୍କରେ ଦେଉଲକଣା ଗ୍ରାମର କିଛି ଲୋକ ଉଭୟ ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଏକ ଗାଡ଼ିରେ ଉଭୟଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ବୈଶିଷ୍ଟଙ୍କୁ ମୃତ ଘୋଷଣା କରିଥିବା ବେଳେ ଚିକିତ୍ସା ପରେ ବିଶ୍ବମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ସୂଚନା ମିଳିଛି। ଗତ ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଥିବାରୁ ଆଜି ଅପରାହ୍ଣ ଦୁଇଘଣ୍ଟା ପଚାଶ ମିନିଟ ରେ ଖବର ପଠାଇଲି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗ୍ରାମବାସୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁଲା ପ୍ରଶାସନ

masiha

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

masiha

ହିଞ୍ଜିଳିକାଟୁରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଆରମ୍ଭ 

Leave a Comment

error: Content is protected !!