ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୫|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଗରୂଡଗୁଡା ଠାରେ ଥିବା ଡାବୁଗାଁ ରାମ କୃଷ୍ଣ ଶାରଦା ସେବା ସଂଘ ପରିସରରେ ଏଠାରେ ଅଧ୍ୟୟନ କରୁଥିବା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ବର୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ରେନ୍ କୋଟ୍ ପିନ୍ଧି ଓଦା ନ ହୋଇ ବିଦ୍ୟା ଅଧ୍ୟୟନ କରିବା ପାଇଁ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ l ସବୁରି ମୁହଁରେ ପ୍ରଶଂଶନୀୟ l ପୁରୀ ରାମ କୃଷ୍ଣ ମିଶନର ନିରଞ୍ଜନ ମହାରାଜ ଙ୍କ ଦ୍ଵାରା ଏଠାରେ ଅଧ୍ୟୟନ କରୁଥିବା ୫୯ ଜଣ ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ୍ ବଣ୍ଟନ କରାଯାଇଥିଲା l ଏଠାରେ ସୂଚନାଯୋଗ୍ୟ–ଡାବୁଗାଁ ରାମ କୃଷ୍ଣ ଶାରଦା ସେବା ସଂଘ ରେ ପୁରୀ ରାମ କୃଷ୍ଣ ମିଶନ ତରଫରୁ ଗରୀବ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ଦାନ, ଶିକ୍ଷଣ ସମାଗ୍ରୀ, ପୋଷାକ, ଖାଦ୍ୟ ଆଦି ପ୍ରଦାନ କରାଯାଉଛି l ଯଦ୍ୱାରା ଗରୀବ ଓ ନିଷ୍ପେସିତ ପିଲା ଏଠାରେ ଉପକୃତ ହୋଇ ଆସୁଛନ୍ତି l ଆଜିର ଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ ରାମ କୃଷ୍ନ ଶାରଦା ସେବା ସଂଘର ସଭାପତି ସୁରେଶ ସାମଲ, ସମ୍ପାଦକ ଦିବାକର ବାରିକ, ସଂଘ ସଦସ୍ୟ ବାବି ଜେନା, ଗଙ୍ଗାଧର ମହାଙ୍କୁଡ, ସପନ ଦେ, ରଘୁନାଥ ବିଶୋୟୀ, ଅଭିରାମ ପାଢୀ,ରଞ୍ଜିତ ବିଶୋୟୀ ଓ ପ୍ରଫୁଲ୍ଲ ପାତ୍ର ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ମସିହା ନିୟୁଜ ସର୍ଭିସ୍ 

Related posts

ଶବ ସତ୍କାର କରିବାକୁ ଶ୍ମଶାନ ଅଛି ଶ୍ମଶାନକୁ ଯିବାକୁ ରାସ୍ତା ନାହିଁ :ରାସ୍ତା ଓ ଶବ ସତ୍କାର କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଜନସାଧାରଣରେ ଦାବୀ 

Sunil Chandra Nayak

ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ ଧର୍ମଗଡ଼ ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!