ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଚରାଗୁଡା ପଞ୍ଚାୟତ ବିଜେଡ଼ି ଯୁବ ସଭାପତି ଙ୍କ ବିୟୋଗ 

ଚଚରାଗୁଡା ପଞ୍ଚାୟତ ବିଜେଡ଼ି ଯୁବ ସଭାପତି ଙ୍କ ବିୟୋଗ 

ଡାବୁଗାଁ, ୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅଧୀନ ଗିର୍ଲିଗୁଡା ଗ୍ରାମର ପ୍ରହଲ୍ଲାଦ ଭତ୍ରା (୩୫) ଙ୍କ ବୁଧବାର ଅପରାହ୍ନରେ ଅକାଳ ବିୟୋଗ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅଧୀନ ଗିର୍ଲିଗୁଡା ଗ୍ରାମର ପ୍ରହଲ୍ଲାଦ ଭତ୍ରା ଙ୍କୁ ସୋମବାର ଜ୍ଵର ହୋଇଥିଲା | ମଙ୍ଗଳବାର ଅଧିକ ଜ୍ଵର ହେବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ | ବୁଧବାର ସକାଳୁ ରକ୍ତ ବାନ୍ତି କରିବା ସହ ଅଧିକ ରୁ ଅଧିକ ଗୁରୁତ୍ତର ହୋଇପଡିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ରେ ତାଙ୍କର ମୃତ୍ୟୁ ଘଟିଥିଲା | ଡେଙ୍ଗୁରେ ମୃତ୍ୟୁ ଘଟିଥିବା ନେଇ ସନ୍ଧେହ କରାଯାଉଛି | ପ୍ରହଲ୍ଲାଦ ଚଚରାଗୁଡା ପଞ୍ଚାୟତର ଯୁବ ବିଜେଡି ସଭାପତି ଥିଲେ | ସେ ଜଣେ ଭଲ ସଂଗଠକ ଭାବେ ପଞ୍ଚାୟତରେ ଯୁବକ ମାନଙ୍କୁ ନେଇ ବିଜେଡି ଦଳ ପାଇଁ କାର୍ଯ୍ୟ କରିଥିଲେ | ପ୍ରହଲ୍ଲାଦ ଙ୍କ ଅକାଳ ବିୟୋଗ ନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ

Sunil Chandra Nayak

ନାମ୍ପୋ ବିଜେପି କୋର୍ କମିଟି ଗୁରୁତତ୍ୱପୂର୍ଣ୍ଣ ବୈଠକ 

Sunil Chandra Nayak

ମାଟ୍ରିକ ପରୀକ୍ଷାଫଳ ରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା

Leave a Comment

error: Content is protected !!