ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଓଡ଼ିଆ ନୂତନ ବର୍ଷ ଓ ପଣା ସଂକ୍ରାନ୍ତି

ଓଡ଼ିଆ ନୂତନ ବର୍ଷ ଓ ପଣା ସଂକ୍ରାନ୍ତି

 

ପ୍ରଶାନ୍ତ କୁମାର ଶତପଥୀ

ବସନ୍ତର ଶେଷ ଗ୍ରୀଷ୍ମର ପ୍ରବେଶ 

ବର୍ଷର ପ୍ରଥମ ସଂକ୍ରାନ୍ତି, 

ଅତି ହରଷରେ ଆନନ୍ଦ ମନରେ 

ଭକ୍ତିର ଅର୍ଘ୍ୟକୁ ଢାଳନ୍ତି l

ସୂରୁଜ ରୁହନ୍ତି ବିଷୁବ ରେଖାରେ 

ସଉର ମାସ ନାମେ ଖ୍ୟାତ, 

ଓଡ଼ିଆ ଘରରେ ଆନନ୍ଦ ଉତ୍ସବ 

ହୁଏ ଦେବମନ୍ଦିରେ ଯାତ l

ଓଡ଼ିଆ କହୁଛି ମୋ’ର ନବବର୍ଷ 

ହରଷରେ ଆଜି ପାଳୁଛି, 

ପଣାସଂକ୍ରାନ୍ତିର ନାମ ଅଟେ ଏହା 

ପଣାର ବାସନା ହେଉଛି l

ହନୁମାନଙ୍କର ଜୟନ୍ତୀ ପର୍ବରେ 

ମନ୍ଦିରରେ ଭିଡ଼ ଜମୁଛି, 

ମାଆଙ୍କ ମନ୍ଦିରେ ମେରୁ ସଂକ୍ରାନ୍ତିରେ 

ମହ ମହ ଝୁଣା ବାସୁଛି l

ଜଗତର ନାଥ କାଳିଆ ସାଆନ୍ତ

ସଭିଙ୍କର ହିତ ଦେଖୁଛି, 

ମୁରୁକି ମୁରୁକି ସୁନ୍ଦର ହସରେ

ଡୋରିରେ ସଭିଙ୍କୁ ବାନ୍ଧିଛି l

ସକାଳ ସୂର୍ଯ୍ୟଙ୍କ ପହିଲି କିରଣ 

କୋଣାର୍କ ମନ୍ଦିରେ ଦିଶୁଛି,  

ଝକମକ ହୋଇ ନୂତନ ବର୍ଷକୁ 

ସାଦରେ ସ୍ଵାଗତ କରୁଛି l

କାଳିଆ ପାଖରେ ନୂତନ ପଞ୍ଜିକା 

ଶୁଭାରମ୍ଭ ଆଜି ହେଉଛି, 

ଶୁଭାଶୁଭ ସହ ପରବ ପର୍ବାଣୀ

ସଭିଙ୍କୁ ଜଣାଇ ଦେଉଛି l

ଓଡିଆଙ୍କ ଏହି ନୂତନ ବର୍ଷରେ 

ସନ୍ଦେଶ ଆଜି ମୁଁ ଦେଉଛି, 

ଓଡ଼ିଶାର ଟେକ ସଭିଏଁ ରଖିବା  

ମାଆର ସମ୍ମାନ ରହିଛି l

ଛତ୍ରପୁର, ଗଞ୍ଜାମ 

 

Related posts

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

Sunil Chandra Nayak

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହିଳା ସମେତ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!