ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟ ଉଦଘାଟନ 

ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟ ଉଦଘାଟନ 

ବନ୍ଧୁଗାଁ ତା ୯/୮/୨୪  ଆଜି ଓଡିଶା ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଭାସି ମାଧ୍ୟମରେ ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟର ଉଦଘାଟନ ଉଚ୍ଚଶିକ୍ଷା ମନ୍ତ୍ରି ଶ୍ରୀ ସୂର୍ଯ୍ୟବଂଶି ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନ ସମାରୋହ ବନ୍ଧୁଗାଁ ବ୍ଲକ ସଭା ଗୃହ ଠାରେ ଆଭାସୀ ମାଧ୍ୟମରେ ହୋଇଥିଲା।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପବିତ୍ର ସାଉଁନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା ଓ ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀ ଉପସ୍ଥିତ ରହି ଥିଲେ । ମହାବିଦ୍ୟାଳୟର ପ୍ରିନ୍ସପାଲ୍ ଅମରେଶ ଆଚାର୍ଯ୍ୟ ଉପସ୍ଥିତ ରହି ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଧାୟକ ନିଜ ଅଭିଭାଷଣରେ ସ୍ୱାତକ ମହାବିଦ୍ୟାଳୟ ବନ୍ଧୁଗାଁ ଓ ନାରାୟଣ ପାଟଣା ବ୍ଲକ ଠାରେ ନୂତନ ଭାବେ ଶୁଭ ଉଦଘାଟନ କରିଥିବାରୁ, ସୀମାନ୍ତ ଅଞ୍ଚଳର ଅନେକ ଗରିବ ପିଲା ପାଠ ପଢିବା ପାଇଁ ବାହାରକୁ ନ ଯାଇ ନିଜ ବ୍ଲକରେ ପାଠ ପଢିବା ସୁଯୋଗ ପାଇବେ,। ଏଥି ପାଇଁ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଆମ ଅଞ୍ଚଳର ଅନେକ ବର୍ଷର ଦାବି ନୂତନ ଭାବେ ସରକାର ଗଠନ ର ତିନି ମାସ ମଧ୍ୟରେ ସଫଲ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ରେ ୮ ଜଣ ଛାତ୍ର ନାମ ପଞ୍ଜିକରଣ କରିଥିବା ବେଳେ ଆଉ ଦୂତୀଆ ପର୍ଯ୍ୟାୟ ଅଗଷ୍ଟ ୧୨ ତାରିଖ ମଧ୍ୟରେ ୬୦ ଜଣ ନୂତନ ଭାବେ ନାମ ପଞ୍ଜିକରଣ କରିବେ। ଆଜି ଶୁଭ ଉଦଘାଟନ ହେବା ପରେ ଆସନ୍ତା କାଲି ଅଳ୍ପ ଦିନ ପାଇଁ କୁମ୍ଭାରିପୁଟ ଏସ ଏସ ଡି ପାଠ ପଢା ଆରମ୍ଭ କରାଯିବ। ଏହି ସମାରୋହରେ ସ୍ୱାତକ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହି ଥିଲେ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା ବାରଣାସୀ ଯାତ୍ରା 

masiha

କଲେଜ ଫିଲ୍ଡ ଯୋଗ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 

masiha

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ବୈଠକ

masiha

Leave a Comment

error: Content is protected !!