ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କଲେଜରେ ନିଶା ନିବାରଣ କାର୍ଯ୍ୟକ୍ରମ

ତେରେସିଂହା କଲେଜରେ ନିଶା ନିବାରଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ୍ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନିଶା ନିବାରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଅଛି l ଏହି କାର୍ଯ୍ୟକ୍ରମରେ କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟର ସେବା ଯୋଜନା ଅଧିକାରୀ ଶ୍ରୀ ରବିନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀ ସୁବ୍ରତ ରଣା ମୁଖ୍ୟବକ୍ତା ଭାବରେ ମଞ୍ଚାସିନ ହୋଇଥିଲେ l ମୁଖ୍ୟବକ୍ତା ସ୍ୱେଚ୍ଛାସେବୀ ମାନଙ୍କୁ ନିଶା ର ଦୁରୁପଯୋଗ ରୋକିବା ସମ୍ପର୍କରେ ଆଲୋକପାତ କରିବା ଓ ନିଶା ରୁ ମୁକ୍ତ ହେବା ପାଇଁ ଶପଥ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ l ବିଦ୍ୟାଳୟ ର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ମହାଖୁଡ ଛାତ୍ରଛାତ୍ରୀ ମାନଙ୍କୁ ଆଜିର ସମୟରେ ନିଶା କିପରି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଆଗେଇ ନେଉଛି ସେ ସମ୍ପର୍କରେ ସମ୍ୟକ ଧାରଣା ଦେବା ସହ ନିଜ ପରିବାର ଓ ପରିଜନବୃନ୍ଦଙ୍କୁ ମଧ୍ୟ ଏଥି ପ୍ରତି ସଚେତନ କରିବା ପାଇଁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଟ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ତପବନ୍ତ ଗହୀର ସମେତ ସମସ୍ତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମ

masiha

ପ୍ରଶାସନ ଗାଉଁ କି ଔର ” ୨୦୨୪ ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁଗାଁ ବ୍ଲକରେ କର୍ମଶାଳା 

masiha

Leave a Comment

error: Content is protected !!