ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

ନବରଙ୍ଗପୁର:(୧୨|୮)(ରବିନାରାୟଣମହାନ୍ତି)ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନିତ କରିଛନ୍ତି। ସ୍ଥାନୀୟ ପୌର ପାଳିକା ସଭା ଗୃହରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ କମିଟି କର୍ମକର୍ତ୍ତାଙ୍କ ସମେତ ସହରର ବରିଷ୍ଠ ନାଗରିକ ମାନଙ୍କୁ ଶ୍ରୀ ମାଝୀ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିବା ସହ ସେମାନଙ୍କ ଆଶୀର୍ବାଦ ଲାଭ କରିଥିଲେ। ଏହି ଅବସରରେ ବିଧାୟକ, ବରିଷ୍ଠ ନାଗରିକ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିବା ସହ ସେମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ କମିଟି ସମ୍ପାଦକ ବି ରାମ ମୂର୍ତ୍ତୀ ପଟ୍ଟନାୟକ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବା ସହ କିଛି ଦାବୀ ରଖିଥିଲେ। ଦାବୀ ମାନଙ୍କ ମଧ୍ୟରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବସା ଉଠା କରିବା ପାଈଁ କାର୍ଯ୍ୟଳୟ, ସୁରକ୍ଷିତ ପ୍ରାତଃ ଭ୍ରମଣ ପାଇଁ ପାର୍କ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ବ୍ୟବସ୍ଥା, ଟ୍ରାଫିକ ସମସ୍ୟା ସୁଧାରିବା ସହ ଉଚ୍ଚ ଶବ୍ଦ ସୃଷ୍ଟି କରି ଦୃତ ଗତିରେ ବାଇକ୍ ଚାଳନାକୁ ବନ୍ଦ କରିବା, ଆର ସି ଡ଼ି ପଡିଆରେ ହେଉଥିବା ଅସାମାଜିକ କାର୍ଯ୍ୟକଳାପକୁ ରୋକିବା, ବ୍ୟାଙ୍କରେ ସ୍ବତନ୍ତ୍ର କାଉଣ୍ଟର ଖୋଲିବା, ବଜାର ପୋଷ୍ଟ ଅଫିସ୍ କୁ ପୁନଃ କାର୍ଯ୍ୟକାରୀ କରିବା ପ୍ରମୁଖ ରହିଥିଲା। ତୁରନ୍ତ ଏହି ସମସ୍ୟା ଗୁଡ଼ିକ ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ଡ଼ ରାଧାନାଥ ବେହେରା, ଜଗନ୍ନାଥ ମହାପାତ୍ର, ନରସିଂହ ତ୍ରୀପାଠୀ, କୁମୁଦ ସାହୁ, ସତ୍ୟବାଦୀ ଷଡ଼ଙ୍ଗୀ, ନିରଞ୍ଜନ ତ୍ରିପାଠୀ, ଟୁଟୁ ଦାଶ, ରାଜେନ୍ଦ୍ର ତ୍ରୀପାଠୀ, ତ୍ରିପତି ସ୍ୱାଇଁ, ଅବନୀ ତ୍ରୀପାଠୀ ,ରଘୁ ପାତ୍ର, ପ୍ରମୋଦ ତ୍ରିପାଠୀ ପ୍ରମୁଖଙ୍କ ସମେତ ପୌର ଅଧକ୍ଷ କୁନୁ ନାୟକ, ରାଜ୍ୟ ଯୁବ ମୋର୍ଚ୍ଚା ଉପ ସଭାପତି କାହ୍ନୁ ଦାଶ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନବମ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ।ଧାରଣାରେ ସାମିଲହେଲେ ଗୋଲାମୁଣ୍ଡାବାସୀ

masiha

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

Sunil Chandra Nayak

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

masiha

Leave a Comment

error: Content is protected !!