ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ରାଜ୍ୟ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ 

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ରାଜ୍ୟ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ 

ରାଉରକେଲା:ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାଠାରେ ରାଜ୍ୟ ଜାତୀୟ ସେବା ଯୋଜନା- ଏନ୍‌ଏସ୍‌ଏସ୍‌ ଅନ୍ତର୍ଗତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ପ୍ରାଥମିକ ଉପଚାର ଓ ସଡ଼କ ନିରାପତ୍ତା ପ୍ରସଙ୍ଗକୁ ନେଇ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ରାଉରକେଲା ସହରର ୧୦ଟି ବିଭିନ୍ନ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୦୦ଜଣ ବଛାଯାଇଥିବା ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସୋମବାର ଏହି ଶିବିରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିଥିଲେ। ଏହିଭଳି ଶିବିର ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସେବାଭାବୀ ହେବା ସହ ବିଭିନ୍ନ ପ୍ରକାରର ପରିସ୍ଥିତିରେ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସେବା ଯୋଗାଇଦେବା ନିମନ୍ତେ ଆଗ୍ରହୀ ହେବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ। ଉଦ୍‌ଘାଟନୀ ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତି ପ୍ରମୁଖ ଯୋଗଦେଇଥିଲେ। ଦୁଇଦିନ ଧରି ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଡାକ୍ତର, ପୁଲିସ ଅଧିକାରୀ, ସମାଜସେବୀ, ଜାତୀୟ ସେବା ଯୋଜନାର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଶିକ୍ଷଣ ଦେଇଥିଲେ। ପ୍ରଥମ ଦିନ ଯୁବ ରେଡ୍‌କ୍ରସ୍‌ର ଅଧିକାରୀ ସୁମନ୍ତ ଦ୍ୱିବେଦୀ ଏବଂ ଦ୍ୱିତୀୟ ଦିନରେ ଡ. ଜ୍ୟୋତି ଅନୁଜା, ପ୍ରିୟଙ୍କା ପୂର୍ତ୍ତି, ରାଉରକେଲା ଟ୍ରାଫିକ ପୁଲିସ ଡିଏସ୍‌ପି ପୁରୁଷୋତ୍ତମ ଭୋଇ ଓ ଟ୍ରାଫିକ ପୁଲିସ ଅଧିକାରୀ ସୁରେଶ ଦାସ ପ୍ରମୁଖ ବିଷୟ ବିଶେଷଜ୍ଞଭାବେ ଯୋଗଦେଇଥିଲେ। ସାମ୍ଭାବ୍ୟ ଦୁର୍ଘଟଣା ପରିଚାଳନା, ସାପ କାମୁଡ଼ା, ବିଭିନ୍ନ ପ୍ରକାରର ଗୁରୁତର ଶାରୀରିକ ଅସୁସ୍ଥତା, ପାଣିରେ ବୁଡ଼ିଯିବା, ବିଷକ୍ରିୟା ସହିତ ଟ୍ରାଫିକ ପରିଚାଳନା ଓ ରାସ୍ତାରେ ଯାତାୟତ ସମ୍ପର୍କୀୟ ନିୟମ ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ର ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ପଟେଲ ଯୋଗଦେଇ ଆବଶ୍ୟକ ପରାମର୍ଶ ଦେଇଥିଲେ। ଉଦ୍‌ଯାପନୀ ଦିବସର ଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକଭାବେ କ୍ରାଇମବ୍ରାଞ୍ଚ ଅଧିକାରି ଉମେଶ ବେହେରା ଯୋଗଦେଇ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଥିବା ନିଶ୍ରାଦ୍ରବ୍ୟ ସେବନ, ମାଦକ ଦ୍ରବ୍ୟ ସେବନ ଓ ଗୁଟ୍‌ଖା ଭଳି ପଦାର୍ଥ ସେବନର କୁପରିଣାମ ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ତଥ୍ୟ ଓ ସୂଚନା ମାଧ୍ୟମରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ଏକ ପ୍ରଶିକ୍ଷଣରେ ଯୋଗଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ହାସଲ କରିଥିବାରୁ ଧନ୍ୟବାଦ ଦେଇଥିଲେ। ଏହା ସହିତ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପୁରୁଷ ବର୍ଗର ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟି ଓ ମହିଳା ବର୍ଗର ସଂଯୋଜିକା ଅଧ୍ୟାପିକା ରାମେଶ୍ୱରୀ ଭୋଇ ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନ ସହିତ ସମାଜ ଓ ଦେଶ ପାଇଁ ଅଧିକ କର୍ତ୍ତବ୍ୟ ପରାୟଣ ହେବାର ସୁଯୋଗ ପାଇଥିବା କହିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା‌

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ଥାନା ରେ ନୂତନ ଆଇ ଆଇ ସି ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!