ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

ବିଷୁବ ସଂକ୍ରାନ୍ତି 

ଆମ ପରମ୍ପରା ଅତିବ ମହାନ

      ସଂସ୍କୃତି ଆମ ଜୀବନ

ଆଦ୍ୟ ଗ୍ରୀଷ୍ମ ଋତୁ ମାସ ବଇଷାଖ

        ଆରମ୍ଭ ବର୍ଷ ନୂତ୍ତନ ॥

ଓଡ଼ିଆ ଜାତିର ନବବର୍ଷ ଏହି

          ଅଟେ ବିଷୁବ ସଂକ୍ରାନ୍ତି

ନୂତ୍ତନ ପଞ୍ଜିକା ଗଣନା ଆରମ୍ଭ

          ଏହି ଦିନୁ କରିଥାନ୍ତି ॥

ବିଷୁବରୁ ରବି ଉତ୍ତରାୟଣ ରେ

          କର୍କଟ ପାର୍ଶ୍ଵେ ଗମନ୍ତି

ସେ ପାଇଁ ଗ୍ରୀଷମ ପ୍ରକୋପ ବଢଇ

             ଜୀବେ ଜଳକଷ୍ଟ ପା’ନ୍ତି ॥

ପ୍ରାଣୀ ଓ ଉଦ୍ଭିଦ ସଭିଏଁ ଏ ବେଳେ

              ପଣାପାଣି ପାଇଥାନ୍ତି

ଶାଳଗ୍ରାମ ଆଉ ଅଶ୍ଵତ୍ଥ ତୁଳସୀ

             ମହାଦେବେ ଜଳ ଦ୍ୟନ୍ତି ॥

ବସୁନ୍ତରା ଠେକି ବାନ୍ଧି ବୃକ୍ଷପରେ

          ବୃକ୍ଷ ଜଗତ ସେବନ୍ତି

ବୃକ୍ଷହିଁ ଜୀବନ ସଂସ୍କୃତି ଆମର

            ଏହା ପ୍ରମାଣ କରନ୍ତି ॥

ବୃକ୍ଷ ଜୀବଜନ୍ତୁ ସଭିଙ୍କ ସେବାରେ

           ଜୀବେୟାଦ ଭାବ ରଖି

ପଣା, ଜଳ ଦାନେ ଆତ୍ମତୃପ୍ତି ମିଳେ

          ସାତ୍ତ୍ଵିକ ଭାବ ପରଖି ॥

ଦେବାଦେବୀ ପୀଠେ ପଣା ପର୍ବ ଚାଲେ

       ଝାମୁ ଯାତ୍ରା ହୋଇଥାଏ

ହରିହର ମହା ମିଳନର ସାଥେ

          ତାରିଣୀ ଯାତରା ହୁଏ ॥

ପାଟୁଆ ମାନଙ୍କ ପାଟପୋଡା ହୁଏ

            ଶୈବ ଶାକ୍ତ ପୀଠଠାରେ 

ବୀର ହନୁମାନ ଜୟନ୍ତୀ ପାଳିତ

              ହୋଇଥାଏ ଆଡ଼ମ୍ବରେ ॥

ମିଳନ ପରବ ଏମେଷ ସଂକ୍ରାନ୍ତି

        କହେ ଭାଇଚାରା କଥା

ନୂତନ ବରଷେ ଶୁଭ ମନାସିବା

          ନରହୁ କାମନେ ବ୍ୟଥା ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର ,କେନ୍ଦୁଝର, ଓଡ଼ିଶା

 

Related posts

ତ୍ରିପତି ପ୍ରଧାନ ଙ୍କ କବିତା ନୀଳାଦ୍ରି ବିଜେ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କ୍ରାନ୍ତିର କଲ୍ଲୋଳ

Sunil Chandra Nayak

ପାଣିମୁଣ୍ଡା ଗାଁରେ ବୈଠକୀ ସଂକୀର୍ତ୍ତନ ସଂଗମ

Sunil Chandra Nayak

Leave a Comment

error: Content is protected !!