ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୮ ତମ ସ୍ଵାଧୀନତା ଦିବସ ଅବସରରେ ସି ଆଇ ଟି ୟୁ ପକ୍ଷରୁ ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ଦାବିରେ ଗଣଦୌଡ

୭୮ ତମ ସ୍ଵାଧୀନତା ଦିବସ ଅବସରରେ ସି ଆଇ ଟି ୟୁ ପକ୍ଷରୁ ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ଦାବିରେ ଗଣଦୌଡ

ରାଉରକେଲା ତା ୧୪/୦୮/୨୦୨୪ // ଭାରତବର୍ଷର ୭୮ ତମ ସ୍ଵାଧୀନତା ଦିବସ ଅବସରରେ ସି ଆଇ ଟି ୟୁ କେନ୍ଦ୍ର କମିଟି ଆହ୍ୱାନରେ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆଜି ଯୁବ, ଛାତ୍ର, ମହିଳା ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ର ପ୍ରତିନିଧି ଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ ସକାଳେ ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରୁ ଆରମ୍ଭ ହୋଇ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଛି।

ଦେଶର ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ପାଇଁ ଏ ଗଣଦୌଡ ରେ ମୁଁ ସାମିଲ ଏହି ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ ଡାକରା ଦିଆଯାଇଥିବା ବେଳେ ବହୁ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ।

ଏହି କାର୍ଯ୍ୟକ୍ରମ କୁ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ତଥା ସି ପି ଆଇ ଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ଓ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ପତାକା ଦେଖାଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ଶ୍ରମିକ ନେତା ବୈଦ୍ୟନାଥ ଦାସ୍,ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ,ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ, ଯଯାତି କେଶରୀ ସାହୁ, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଅଜିତ ଏକ୍କା, ସମ୍ବିତ ସ୍ବାଇଁ, ଦିବାକର ମହାରଣା, ବିଶ୍ଵନାଥ ଲେଙ୍କା, ଚନ୍ଦ୍ରଭାନୁ ଦାସ, ସୁରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ନାୟକ,ଏନ୍ କେ ରାଉତରାୟ, ବାସୁଦେବ ସାହୁ,ବିଜୟ ସ୍ଵାଇଁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏଚଏଫଆଇ ପକ୍ଷରୁ ରାଉରକେଲା ବିକାଶ ଓ ସମସ୍ୟା ନେଇ ଆଲୋଚନା ମଞ୍ଚ’ ଆୟୋଜିତ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ -୨୦୨୬ ପାଳିତ

Sunil Chandra Nayak

ବାମନବସା ଗ୍ରାମ : ନା ଭଲ ରାସ୍ତା ନା ପାନୀୟଯୋଗ୍ୟ ଜଳଉତ୍ସ ,ପ୍ରାକ ବିଦ୍ୟାଳୟ ଓ ପ୍ରଥମିକ ଶିକ୍ଷା ସାତ ସପନ: ସବୁଥିରୁ ବଞ୍ଚିତ

masiha

Leave a Comment

error: Content is protected !!