ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ କୀଚକେଶ୍ବରୀ କୋଚିଂ ସେଣ୍ଟରର ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

ମା’ କୀଚକେଶ୍ବରୀ କୋଚିଂ ସେଣ୍ଟରର ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

ମୟୂରଭଞ୍ଜ -୧୫/୮ ( ମସିହା)ଆଜି ସ୍ବାଧୀନତାର ୭୮ ବର୍ଷ ସମଗ୍ର ଭାରତ ଵର୍ଷ ପାଳୁଛି । ଏହି ୭୮ ବର୍ଷର ସ୍ବାଧୀନତା ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାର ବହଳଦା କଲେଜ ନିକଟବର୍ତ୍ତୀ ନିମିଡିହି ଗ୍ରାମରେ ଥିବା ମା’ କୀଚକେଶ୍ବରୀ କୋଚିଂ ସେଣ୍ଟର ପରିସରରେ ୭୮ ତମ ଏକ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଅଧ୍ୟାପକ କାହ୍ନୁଚରଣ ନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ମୁଖ୍ଯ ବକ୍ତା ଅଧ୍ୟାପିକା ଏସ. ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ଅଭିଭାଷଣ ରଖିଥିଲେ।ରାଜନିତି ବିଜ୍ଞାନ ଅଧ୍ୟାପିକା ମିତା ମହାନ୍ତ, ଅର୍ଥଶାସ୍ତ୍ର ଅଧ୍ୟାପିକା ଗୀତା ମହାନ୍ତ ସମେତ ବାଣିଜ୍ଯ ଅଧ୍ୟାପିକା ସାଲଗେ ମାଝି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ନିଜ ଅନ୍ତର୍ନିହିତ ପ୍ରତିଭା ବିକାଶ ନିମନ୍ତେ ଉପଦେଶ ଦେଇଥିଲେ।ଶିକ୍ଷାନୁଷ୍ଠାନର ଶିକ୍ଷକ ତଥା ପରିଚାଳନା ନିର୍ଦେଶକ ମାନସ କୁମାର ଦାଶଙ୍କ ଦ୍ବାରା ରଚିତ ପରୀକ୍ଷା ଉପଯୋଗୀ ମାର୍ଗଦର୍ଶିକା (ଗାଇଡ୍) ପୁସ୍ତକ ଅତିଥିଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ଯରେ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ଯରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଶିକ୍ଷକ ଶିଖର ମୁର୍ମୁ,ରାଧାରଞ୍ଜନ ମହାପାତ୍ର, ଜଗତ ବନ୍ଧୁ ସେଠୀ, ଅଭିଷେକ ବାରିକ, ରୋହିତ ବାରିକ, ଶିକ୍ଷୟତ୍ରୀ ଦୀପିକା ମଣ୍ଡଳ, ଅଭିଲିପ୍ସା ଗିରି, ଛାତ୍ରଛାତ୍ରୀଙ୍କ ମଧ୍ଯରେ ଜିତ ଅଙ୍କିତ ପାଲ,ଗୁରୁ ପ୍ରସନ୍ନ ଗିରି,ରୋଶନ ମହାନ୍ତ, ତାପସ ମହାପାତ୍ର, ମଳୟ ପାତ୍ର ,ଜ୍ୟୋତି ପୃଷ୍ଟି,ତାରିଣୀ ପଣ୍ଡା,ଲିପ୍ସା ପତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ଏବଂ କବୀର କୁମାର ଦାଶ ଧନ୍ଯବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୧୩୩ ଛାତ୍ର ଛାତ୍ରୀ ୯ ଶ୍ରେଣୀ କୁ ତିନି ଶିକ୍ଷକ , ଶିକ୍ଷା ଦାନର ଦୁରାବସ୍ଥା

Sunil Chandra Nayak

ଥଇଥାନ ନକରି ବସ୍ତି ଉଚ୍ଛେଦ କଲେ ଆନ୍ଦୋଳନ ହେବ

masiha

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!