ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ରୋ ର ବୈଜ୍ଞାନିକ ମାନେ ସରକାରୀ ସ୍କୁଲ ର ଛାତ୍ରଛାତ୍ରୀ.. ନିରଞ୍ଜନ 

ଇସ୍ରୋ ର ବୈଜ୍ଞାନିକ ମାନେ ସରକାରୀ ସ୍କୁଲ ର ଛାତ୍ରଛାତ୍ରୀ.. ନିରଞ୍ଜନ 

ପାଟଣାଗଡ ତା 15.08 // ୭୮ତମ ସ୍ୱାଧୀନତା ଦିବସରେ ପାଟଣାଗଡ ବ୍ଲକ ମରୁଆ ପଞ୍ଚାୟତ ର ପାଣ୍ଡ୍ରିପାଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ l ସ୍ୱାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ଝଣ୍ଡା , ଜାତୀୟ ସଙ୍ଗୀତ ଏବଂ ସହିଦ ମାନଙ୍କ ବଳିଦାନ କୁ ସମ୍ମାନ ଜଣାଇବା ପାଇଁ ମହତ କାର୍ଯ୍ୟକ୍ରମ ରେ ଗ୍ରାମବାସୀ ଯୋଗଦେଇଥିଲେ l ମହୋତ୍ସବ ରେ ସାଂସଦ ଶ୍ରୀ ବିଶି ଉଦବୋଧନରେ ପ୍ରକାଶ କରିଥିଲେ ଯେ ଭାରତ ର ଚନ୍ଦ୍ରୟାନ ୩ ପ୍ରଥମେ ଚନ୍ଦ୍ରପୃଷ୍ଠ ର ଦକ୍ଷିଣମେରୁ ରେ ସଫଳତା ର ସହିତ ଅବତରଣ କରିଥଲା l ଏହି ଐତିହାସିକ ସଫଳତା ହାସଲ କରିବା ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ ) ର ବୈଜ୍ଞାନିକ ମାନଙ୍କୁ ବିଶ୍ୱବାସୀ ପ୍ରଶଂସା କରିଥିଲେ l ଇସ୍ରୋ ର ବୈଜ୍ଞାନିକ ମାନେ ହେଉଛନ୍ତି ସରକାରୀ ସ୍କୁଲ ରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ l ଇଂରେଜ ମାନଙ୍କ ହାତରୁ ଭାରତଦେଶ କୁ ସ୍ୱାଧୀନତା ଆଣିଥିବା ସମସ୍ତ ମହାନ ସ୍ୱାଧୀନତା ସଂଗ୍ରାମୀ ମାନେ ମଧ୍ୟ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଥିଲେ l ଡାକ୍ତର, ଇଞ୍ଜିନିଅର, ବୈଜ୍ଞାନିକ, ରାଜନୈତିଜ୍ଞ, ପ୍ରଶାସକ, ଗବେଷକ, ସାହିତ୍ୟିକ, ଐତିହାସିକ, ସମାଜସେବୀ ମାନେ ମଧ୍ୟ୍ୟ ସରକାରୀ ବିଦ୍ୟାଳୟ ରେ ପାଠ ପଢିଥିବା ଛାତ୍ରଛାତ୍ରୀ l ତେଣୁ ସରକାରୀ ସ୍କୁଲ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଦେଶର ଗର୍ବ ଏବଂ ଗୌରବ l ଆଜିର ଶିଶୁ କାଲିର ନେତା, ଛାତ୍ରଛାତ୍ରୀ ହେଉଛନ୍ତି ଭାରତ ର ଉଜ୍ବଳ ଭବିଷ୍ୟତ l ଦେଶର ଏକତା, ଅଖଣ୍ଡତା ଏବଂ ସର୍ବଭୌମତ୍ତ୍ୱ ରକ୍ଷା କରିବା ପ୍ରତ୍ୟେକ ନାଗରିକ ଙ୍କ ମୌଳିକ କର୍ତ୍ତବ୍ୟ ବୋଲି ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ଗାଁ ର ବିକାଶ ହେଲେ ଦେଶର ବିକାଶ ହେବ l ଗରିବ, କୃଷକ, ଆଦିବାସୀ, ମହିଳା ମାନଙ୍କ ବିକାଶ ହେଲେ ଭାରତ ର ବିକାଶ ସମ୍ଭବ l ଦେଶରେ ନାଗରିକ ମଧ୍ୟରେ ଶାନ୍ତି,ମୈତ୍ରୀ,ସଦଭାବନା, ଭାଇଚାରା ରହିଲେ ଗାନ୍ଧିଜୀ ଙ୍କ ସପ୍ନ ର ରାମରାଜ୍ୟ ପ୍ରତିଷ୍ଠା ହେବ ବୋଲି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରକାଶ କରିଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟ ତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତ ଦାନ ଶିବିର

Sunil Chandra Nayak

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

masiha

ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘର ନବରଙ୍ଗପୁର ଜିଲ୍ଲା କମିଟି ଗଠନ 

masiha

Leave a Comment

error: Content is protected !!