ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଣେ ଶ୍ୱାସରୋଗୀଙ୍କୁ ସାହାଯ୍ୟର ହାତ ବଢ଼େଇ ମାନବିକତାର ପରିଚୟ ଦେଲେ ବିଜେପି ଚଚା ମଣ୍ଡଳ ସଭାପତି 

ଜଣେ ଶ୍ୱାସରୋଗୀଙ୍କୁ ସାହାଯ୍ୟର ହାତ ବଢ଼େଇ ମାନବିକତାର ପରିଚୟ ଦେଲେ ବିଜେପି ଚଚା ମଣ୍ଡଳ ସଭାପତି 

ନବରଙ୍ଗପୁର: (ତା ୧୮/୦୮)(ରବି ନାରାୟଣ ମହାନ୍ତି)-ଜଣେ ଶ୍ୱାସରୋଗୀ, ଯିଏକି ଦୀର୍ଘଦିନ ଧରି ଏହି ରୋଗରେ ପୀଡିତ ଅଛନ୍ତି |ତାଙ୍କୁ ସାହାଯ୍ୟର ହାତ ବଢ଼େଇ ମାନବିକତାର ପରିଚୟ ଦେଇଛନ୍ତି ବିଜେପିର ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ |ସୂଚନା ମୁତାବକ ଝରୀଗାଁ ବ୍ଲକ ଚାଟିଗୁଡା ପଂଚାୟତ ଅଧିନସ୍ଥ ପରିଆ ଗ୍ରାମର ଘନ ଭତରାଙ୍କ ସ୍ତ୍ରୀ ଚିତାଇ ଭତରା (୫୫), ଯିଏ ଦୀର୍ଘଦିନ ହେବ ଶ୍ୱାସରୋଗରେ ଆକ୍ରାନ୍ତ ହୋଇଛନ୍ତି |ଆର୍ଥିକ ଅସୁବିଧା ସାଙ୍ଗକୁ ସଚେତନତାର ଅଭାବ ଯୋଗୁଁ ତାଙ୍କର ସଠିକ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ହୋଇପାରୁନଥିଲା |ଏ ଖବରଟି ମହେଶ୍ୱର ତିୱାରୀଙ୍କ କାନରେ ବାଜିବାରୁ ସେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ |ସେ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଓ ଶେଷରେ କୋରାପୁଟ ମେଡିକାଲକୁ ପଠେଇବାର ବ୍ୟବସ୍ଥା କରିଥିଲେ |ବର୍ତମାନ ରୋଗୀ ଜଣକ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି |ଶ୍ରୀ ତିୱାରୀଙ୍କ ଏଭଳି ଏକ ମହତ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରୁଛନ୍ତି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଦିବାସୀ ଅଧ୍ୟୁଷିତ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ. ରାଜ୍ୟସଭା ସାଂସଦ ଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଙ୍କ ଚିଠି

Sunil Chandra Nayak

ଡାକ୍ତର ମନୋଜ ଙ୍କ ପାଇଁ ସୁସ୍ଥ ହେଲେ ଶ୍ୟାମ …

masiha

ଲଷ୍ମୀପୁର ଅଞ୍ଚଳର ଦୀର୍ଘ ଦିନର ଦାବିକୁ ବିଧାନ ସଭାରେ ଉପସ୍ତାପନ କଲେ ବିଧାୟକ 

masiha

Leave a Comment

error: Content is protected !!