ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡା ସ୍ଥିତ ମା’ ତାରିଣୀ ପୀଠରେ ଝାମୁଯାତ୍ରା ଓ ପଣା ସଂକ୍ରାନ୍ତି ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ସ୍ଥିତ ମାଁ ତାରିଣୀ ଶୈବ ଶକ୍ତି ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା ଓ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି l ଗତ ସୋମବାର ଦିନ କଳସ ସ୍ଥାପନ, ମଙ୍ଗଳବାର ନଗର ପରିକ୍ରମା, ଛତର ଯାତ୍ରା, ବୁଧବାର ଝାମୁଯାତ୍ରା, ଓ ଗୁରୁବାର ମହା ବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପୂର୍ବ କାର୍ଯ୍ୟସୂଚୀ ମୁତାବକ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଗତ ବର୍ଷ ମାନଙ୍କରେ କରୋନା କଟକଣା ଯୋଗୁଁ ଭକ୍ତ ମାନେ ମା’ ଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଥିବା ବେଳେ ଚଳିତ ବର୍ଷ ଝାମୁଯାତ୍ରା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିଥିବାର ଶ୍ରଦ୍ଧାଳୁ ମାନେ ମତ ପ୍ରକାଶ କରିଛନ୍ତି l ଏଥିରେ ଯାତ୍ରା ପୂଜକ ବୃହସ୍ପତୀ ରଣା, ରଂଜନ ରଣା, ଶେଷ ରଣା, ମହେନ୍ଦ୍ର ପ୍ରଧାନୀ, ପିତାମ୍ବର ରଣା ,ସୁଯ୍ଯମଣି ରଣା ପ୍ରମୁଖ ରହିଥିବା ବେଳେ ଯାତ୍ରା କମିଟିର ହୃଦାନନ୍ଦ ମଲ୍ଲିକ, ମଣ୍ଟୁ ରଣା, ନନ୍ଦକିଶୋର ରଣା, ସୁମନ୍ତ ଭୋଇ, କୁଞ୍ଜ ରଣା, ସୁଶାନ୍ତ ମଲ୍ଲିକ, ନିଲ କମଳ ପୁଟେଲ, କୈଳାସ କୁମୁରା, ଚୁନୁ ପଟ୍ଟନାୟକ, ତପନ ରଣା, ଶିବୁ ରଣା, ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, ଭଜଶ୍ଯାମ ସାହୁ, ସୁଶାନ୍ତ ମଲ୍ଲିକ, ରମେଶ ବାରିକ ପ୍ରମୁଖ ବିଭିନ୍ନ ଦାୟିତ୍ବରେ ସହଯୋଗ କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୋକସରା ବ୍ଲକ ଗସ୍ତ କଲେ ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ମିଶନ ଶକ୍ତି ଗୃହ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ

Sunil Chandra Nayak

Leave a Comment

error: Content is protected !!