ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

ନବରଙ୍ଗପୁର:(୨୩|୮)(ରବି ନାରାୟଣ ମହାନ୍ତି)ଝରୀଗାଁ ଲ୍ୟାମ୍ପସ ଏମଡି ଶ୍ରୀ ନରସିଂହ ଗୌଡ଼ଙ୍କ ବିରୋଧରେ ଝରୀଗାଁ ଲ୍ୟାମ୍ପସ ପରିଚାଳନା ପରିଷଦର ସଦସ୍ୟ ଓ ସଦସ୍ୟାମାନେ ନବରଙ୍ଗପୁର ଜିଲ୍ଲାପାଳ ନିକଟରେ କରିଥିବା ଅଭିଯୋଗର ତଦନ୍ତ ଚଳିତ ମାସ ୨୧ ତାରିଖରେ ହେବାର ଥିଲା, କିନ୍ତୁ ଉକ୍ତ ଦିନ ଭାରତୀୟ ଆଦିବାସୀ ମିଳିତ ସଂଗଠନର ଭାରତ ବନ୍ଦ ଯୋଗୁଁ ଉକ୍ତ ଦିନ ତଦନ୍ତକୁ ଘୁଂଚେଇ ଦିଆ ଯାଇଛି l ଏହି ତଦନ୍ତ ନିମନ୍ତେ ଏ ଆର ଶି ଏସ ପୁନଶ୍ଚ ଚଳିତ ମାସ ୩୦ ତାରିଖ ଧାର୍ଯ୍ୟ କରିଥିବା ଚିଠି ନଂ ୯୩୭ ତା ୨୦. ୦୮. ୨୪ ଅନୁସାରେ ଉଭୟ ପକ୍ଷଙ୍କୁ ଜଣେଇଥିବା ସୂଚନା ମିଳିଛି l ପୂର୍ବରୁ ସୂଚନା ଅନୁଯାୟୀ ଚଳିତ ମାସ ୬ ତାରିଖରେ ଝରୀଗାଁ ଲ୍ୟାମ୍ପସର ପରିଚାଳନା ପରିଷଦର ୯ ଜଣ ସଦସ୍ୟ ଓ ସଦସ୍ୟା ଜିଲ୍ଲାପାଳଙ୍କ ନିକଟରେ ଏମଡି ଶ୍ରୀ ଗୌଡ଼ଙ୍କ ବିରୋଧରେ ତାଙ୍କ କାର୍ଯ୍ୟକଳାପ, ଅନିୟମିତତା, ଆସାଧୁ ଉପାୟରେ ଟଙ୍କା ଉପାର୍ଜନ, ସାର କାରବାରରେ ଟାଳ ଟୁଳ ନୀତି ଆପଣେଇବା, ଧାନ ମଣ୍ଡିରେ ଅନିୟମିତତା କରି ଆସାଧୁ ଉପାୟରେ ଟଙ୍କା ଅର୍ଜନ କରିବା ଓ ଚାଷୀଙ୍କୁ ଦୁର୍ବ୍ୟବହାର ଦେଖେଇବା ବିଷୟ ନେଇ ଉଚିତ ତଦନ୍ତ କରି ଶ୍ରୀ ଗୌଡ଼ଙ୍କୁ ଲ୍ୟାମ୍ପସରୁ ବହିଷ୍କାର କରିବା ନିମନ୍ତେ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ ଓ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରିବାକୁ ତତ୍କାଳିନ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ସମବାୟ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ(ଏ ଆର ସି ଏସ) ଶ୍ରୀ ଶିବ ଶଙ୍କର ପ୍ରଧାନଙ୍କୁ ଆଦେଶ ଦେଇ ଥିବା ଜଣା ପଡିଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

କାଟେ,ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟଜ ଦୁର୍ଗା ଚରଣ ତନ୍ତୀ

masiha

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଂଗ୍ରାମୀ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

Leave a Comment

error: Content is protected !!