ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା

ତେନ୍ତୁଳିଖୁଣ୍ଟି ୨୩/୦୮/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତିନି ଟି ବର୍ଗ ସବ ଜୁନିଅର ,ଜୁନିଅର ଓ ସିନିଅର ବର୍ଗ ର ଛାତ୍ର ଛାତ୍ରୀ ସମୁଦାୟ ଦୁଇଶହ ପଚାଶ ଜଣ ଭାଗ ନେଇଥିଲେ। ତୃତୀୟ ରୁ ପଞ୍ଚମ ଶ୍ରେଣୀ ସବ ଜୁନିଅର ବର୍ଗ ,ଷଷ୍ଠ ରୁ ଅଷ୍ଟମ ଜୁନିଅର ବର୍ଗ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସିନିୟର ବର୍ଗରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏ ଡି ଇ ଓ ରୋଷ୍ନ ଲାଲ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଡିଓ ମନୋଜ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଏହି ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ବି ଇ ଓ ରମେଶ ରାୟ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଜିଲ୍ଲା ବିଜ୍ଞାନ ସୁପର ଭାଇଯର୍ ଚିତ୍ତ ରଞ୍ଜନ ପଟ୍ଟନାୟକ , ପେଡ଼ା ଗୋଗି ସଂଯୋଜକ କବିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ଉମର ସିଂ ନାୟକ ,ଇନ୍ଦିରା ପଟ୍ଟନାୟକ ,କ୍ଷେତ୍ର ମୋହନ ବିଶୋଇ , ପ୍ରଦୀପ ସୁନା, ପ୍ରଫୁଲ୍ଲ ମହାପାତ୍ର ସମେତ ସମସ୍ତ ବାର ଜଣ ସି ଆର ସି ସି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଆବାହକ ତଥା ଏ ବି ଇ ଓ ମୋହନ ମଧୁସୂଦନ ବାଘ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। କୁଇଜ୍ ପ୍ରତିଯୋଗିତା ର ସମସ୍ତ ବର୍ଗର କୃତି ପ୍ରତିଯୋଗୀ ଙ୍କୁ ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବିନା ସୂଚନାଫଳକରେ ଚାଲିଛି ହଳଦିକୁଣ୍ଡି ମହାପାଟ ଠାକୁରରାଣୀଙ୍କ ପୀଠରେ ପାଚେରୀ କାମ

Sunil Chandra Nayak

ବାଲିଆପାଳ ସ୍ବାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଦ୍ୱିତୀୟ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!