ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

ଡାବୁଗାଁ, ୨୫/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ନବରଙ୍ଗପୁର ଜିଲା ଶାଖା ବୈଠକ ସଭାପତି ଇଂ ତନ୍ମୟ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନଙ୍କର ପଦୋନ୍ନତି, କନିଷ୍ଠ ଯନ୍ତ୍ରୀ ଙ୍କ କ୍ୟାଡର ଅନ୍ତର୍ଭୁକ୍ତ କରିବା, ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଏବଂ ଚଳିତବର୍ଷ ଜିଲାରେ ନୂତନ ଭାବେ ଯୋଗ ଦେଇଥିବା କନିଷ୍ଠ ଯନ୍ତ୍ରୀ ମାନଙ୍କୁ ସଂଘରେ ସ୍ଵାଗତ ଜଣାଇବା ପାଇଁ ସେପ୍ଟେମ୍ବର ୨୨ ତାରିଖ ଦିନ ଏକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା | ଏଥିରେ ସମ୍ପାଦକ ଇଂ ପ୍ରଶାନ୍ତ କୁମାର ଚୌଧୁରୀ, ଇଂ ଦିଲ୍ଲୀପ ଦୀପକ ମିଶ୍ର, ଇଂ ଭରତ କୃଷ୍ଣ ରାଉତ, ଅତିରିକ୍ତ ଜୋନାଲ ସମ୍ପାଦକ ଇଂ ରାମରାୟ ମାରଣ୍ଡୀ ଓ ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜାତୀୟ ସେବାସଂସ୍ଥାର ପ୍ରତିଷ୍ଠା ଦିବସ ପାଳିତ

masiha

ହାତୀ ନେଇଗଲା ଦୁଇ ଜୀବନ

Sunil Chandra Nayak

ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଉତ୍ସବ ‘ସ୍ପାର୍କ’

Sunil Chandra Nayak

Leave a Comment

error: Content is protected !!