ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ବନ୍ଧୁଗାଁ ତା, ୨୭/୮/୨୪କୋରାପୁଟ ଜିଲ୍ଲା ନାରାୟଣ ପାଟଣାରେ ଡେଙ୍ଗୁକୁ ନେଇ ଆତଙ୍କ ଖେଳି ଯାଇଛି I ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏକ ଦଳ ପହଁଞ୍ଚି ସ୍ଥିତି ପରଖିଥିଲେ I ଜିଲ୍ଲା  ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସା ଆଧିକାରୀ  ଡାକ୍ତର ଶ୍ରୀ ସୁଶାନ୍ତ କୁମାର ଦାସଙ୍କ ଙ୍କ ନେତୃତ୍ୱରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଅଧକ୍ଷ ଜୟପୁର ଡା.ରବିନ୍ଦ୍ର ମିଶ୍ର ପରିବାର କଲ୍ୟାଣ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ନୀଳ ମାଧବ ସତପତି ଡ.ଶିବ ସାଇ ସ୍ୱରୂପ ଓ ନାରାୟଣ ପାଟଣା ମେଡିକାଲ ଅଧିକାରୀ ଡାକ୍ତର ଶ୍ରୀ ବିମଳ କୁମାର ବାଗ, ତହସିଲ ଦାର ସଙ୍ଗୀତା ସେନ,ଥାନା ଅଧିକାରୀ ଶୁଶୁମା କହଁର ପ୍ରମୁଖ ମିସି ଏକ ଘରଇ କ୍ଲିନିକ ଉପରେ ଚଡ଼ଉ କରିଥିଲେ I ସିଡିଏମଙ୍କ କହିବା ଅନୁସାରେ ଏଠାରେ ବେଆଇନ ଭାବରେ କ୍ଲିନିକ ଚାଲିବାର କହିଥିଲେ I କ୍ଲିନିକର ସମସ୍ତ ନିୟମ କାଗଜ ପତ୍ର ଠିକଠାକ ଭାବରେ ଚଳାଇବା ପାଇଁ ନିର୍ଦେଶ ଦିଆଯାଇଛି I ଏହି ଚଡ଼ଉକୁ ଦେଖି ନାରାୟଣ ପାଟଣା ଅଞ୍ଚଳର କିଛି ଲକ ବାହାରି କ୍ଲିନିକ ଉପରେ ଉପରେ ଚଡାଉ ହଉଥିବାର ଅଞ୍ଚଳବାସି ଦେଖି  ପ୍ରସାସନ ଉପରେ ହଟହଟା ହୋଉଥିଲେ I ସ୍ତାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ସୁବିଧା ମିଳୁ ନଥିବାରୁ ଉକ୍ତ କ୍ଲିନିକରେ ଲୋକେ କିଛି ସୁବିଧା ପାଉଥିବାରୁ କ୍ଲିନିକ ଉପରେ ଚଢାଉକୁ ନେଇ ହ ହାଲା ହୋଇଥିଲେ ଅଞ୍ଚଳ ବାସି I  ଡେଙ୍ଗୁକୁ ନେଇ ଲୋକଙ୍କ ମନରେ ଯେଉଁ ସନ୍ଧେହ ରହିଛି ଡେଙ୍ଗୁ ଯୋଗୁଁ ପ୍ଲେଟଲେଟ ଡାଉନ ହୋଇଥିବାର ଠିକ ନୁହଁ ବଲି ସିଡ଼ିଏମ କହିଛନ୍ତି I ଯଦି ଲୋକେ ଡେଙ୍ଗୁ ଭାବି ସନ୍ଧେହ ଲାଗିଲେ ନିକଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡେଙ୍ଗୁ ପରୀକ୍ଷା କରି ନେବା ପାଇଁ କହିଥିଲେ I ନୋମୁନା ଯଦି  ଡେଙ୍ଗୁ ବାହାରେ ତାହେଲେ  ସେମାନଙ୍କୁ ଉଚିତ ସେବା ଯୋଗାଈ ଦିଆଯିବ ବୋଲି କହିବା ସହ ସାହି ସାହି ସ୍ୱାସ୍ଥ୍ୟ ସେବା ଦଳ ବୁଲି ପରଖି ଥିଲେ I ବର୍ତମାନ ଯେତେ ନୋମୁନା ପରୀକ୍ଷା କରିବା ପାଇଁ ଜିଲ୍ଲାକୁ ପଠାଯାଇଥିବା ତାପରଦିନ  ନୋମୁନାର ରିପୋର୍ଟ ଦିଆଯିବ ବୋଲି ସିଡ଼ିଏମ କହିଥିଲେ I ନାରାୟଣ ପାଟଣାରେ ବର୍ତ୍ତମାନ ଡେଙ୍ଗୁରେ ଦୁଇଜଣଙ୍କ ମୃତ୍ୟୁ ଖବର ଶୁଣି ବନ୍ଧୁଗାଁ ବ୍ଲକରେ ରହୁଥିବା କିଛି ଲୋକେ ନିଜ ଘର ଆଖ ପାଖରେ କାଦୁଅ ଓ ପାଣି ଜମିଥିବାର ସଫା କରିଥିବାର ଦେଖିବାକୁ ମିଳିଛି I ବର୍ତ୍ତମାନ ଡେଙ୍ଗୁ ପାଇଁ ରୋଗର ସଚେତନ ପାଇଁ ସାହି ସାହି ଡେଙ୍ଗୁ ସଚେତନ ରଥ ବୁଲି ଲୋକଙ୍କୁ ସଚେତନ କରିବା ପାଇଁ ବୁଲୁଥିବାର ଦେଖିବାକୁ ମିଳିଛି। I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ଠାରେ ଡେଙ୍ଗୁ ସଚେତନତା ପଦଯାତ୍ରା

ଜେ ଏନ ଭି ଆଲୁମିନି ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!