ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:(ତା ୩୦/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମାର ଥାନା ପରିସରରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝରୀଗାଁ ଥାନାର ଥାନା ଅଧିକାରୀ ତପନ କୁମାର ପତି ଅଧ୍ୟକ୍ଷତା କରିଥିବା ବେଲେ ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କ ସମେତ ବୁଦ୍ଧିଜୀବୀ,ଆଇନଜୀବି,ଜନ ପ୍ରତିନିଧି ,ବ୍ୟବସାୟୀ , ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଶ୍ରୀ ପତି ସଡ଼କ ସୁରକ୍ଷା ତଥା ଛୋଟଛୋଟ ପିଲା ବା ନାବାଳକ ମାନଙ୍କୁ ଯାନବାହାନ ନ ଦେବା ,ମଦ୍ୟପାନ କରି ଯାନବାହାନ ନଚଳେଇବା ,ବାଲ୍ୟ ବିବାହ ରୋକିବା,ପୁଅଝିଅ ମାନଙ୍କୁ ଶିକ୍ଷିତ କରିବା , ଯୁବବର୍ଗଙ୍କୁ ସଚେତନ କରିବା, ଅନ୍ଧ ବିଶ୍ୱାସ ଉପରେ ସଚେତନ ହେବା ଆଦି ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ |ପୋଲିସ କର୍ମଚାରୀ ମହେଶ ପଟ୍ଟନାୟକ ବିଶେଷ କରି ସାଇବର କ୍ରାଇମ ଉପରେ ସଚେତନ କରିବା ସହ କିଛି ଘଟଣାର ଉଦାହରଣ ମଧ୍ୟ ଦେଇଥିଲେ ଓ ଅଶ୍ଳୀଳ ଭିଡିଓ କୁ ଟଚ ନକରିବା ଓ ଅଜଣା ନମ୍ବରରୁ କଲ ଆସିଲେ ତାକୁ ନଉଠେଇବା, ନିଜ ଓଟିପି ଅନ୍ୟ କାହାରିକୁ ମଧ୍ୟ ପ୍ରଦାନ ନକରିବା ପାଇଁ ପରାମର୍ଶ ଦେଇଥିଲେ |ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ମଧ୍ୟରେ ଏସ ଆଇ ରାଜୁ ବଞ୍ଜାରା, ଏସ ଆଇ କେଦାରନାଥ ରାଉତ, ଏ ଏସ ଆଇ ମମତା ସେଠୀ, ହାବିଲଦାର ମୁରଲୀଧର ବିଷୋୟୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ |

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ହାଇ ସ୍କୁଲରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

masiha

ବିଶ୍ବ ନାଟ୍ଯ ଦିବସ ରେ ନର୍ଲା ର କଳାକାର ସମ୍ବର୍ଦ୍ଧିତ 

masiha

ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଜିଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ସହ ଡାବୁଗାଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!