ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଆଘାତରେ ଏକ ମାଈ ହାତୀ ମୃତ 

ବିଦ୍ୟୁତ ଆଘାତରେ ଏକ ମାଈ ହାତୀ ମୃତ 

ରାୟଗଡା /ଗୁଣପୁର,: ଆଖି ବୁଜିଲା ଆଉ ଏକ ହାତୀ । ବୁଧବାର ଭୋର ସମୟରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀ ପ୍ରାଣ ହରାଇଛି  । ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପାପୁର ଫୁଲପୁଟି ରାସ୍ତାର ପୋଲ ନିକଟସ୍ଥ କପାବାଡ଼ରେ ଏଭଳି ଘଟଣା ଘଟିଛି  ।

ସୂଚନା ଅନୁଯାୟୀ, ଗତବର୍ଷ ୬ଟି ହାତୀ ଜଙ୍ଗଲରୁ ଆସି ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲି ଆନ୍ଧ୍ରକୁ ଚାଲି ଯାଇଥିଲେ । ସେଠାରେ ଏହି ୬ଟି ହାତୀ ପଲ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲେ । ଦୁଇଟି ହାତୀ ଗୁଣପୁର ଅଞ୍ଚଳକୁ ଫେରିଥିବା ବେଳେ ଚାରୋଟି ହାତୀ ଆନ୍ଧ୍ରରେ ରହିଥିଲେ । ପରେ ଆନ୍ଧ୍ରର କାଟରଗାଡାରେ ବିଦ୍ୟୁତ ଆଘାତରେ ଆସି ଚାରୋଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଗୁଣପୁର ଫେରିଥିବା ଦୁଇଟି ହାତୀ ମଧ୍ୟ ଅନେକ ଥର ବାଟବଣା ହୋଇଥିଲେ । ଏହି ଦୁଇ ହାତୀ ଦୁଇଆଡ଼େ ଚାଲିଯାଇ ପୁଣି ଏକାଠି ହେଉଥିଲେ । ଏହି ଦୁଇଟି ହାତୀ ତାଙ୍କ ସାଥି ମାନଙ୍କୁ ହରାଇ ଫୁଲପୁଟି ତାରମାଳ ଅଞ୍ଚଳରେ ଦୀର୍ଘ ଦିନ ଧରି ଘୁରି ବୁଲୁଥିଲେ । ଶେଷରେ ବୁଧବାର ସକାଳୁ ମାଈ ହାତୀର ମୃତ୍ୟୁ ହେବାପରେ ଆଉ ଗୋଟିଏ ଅଣ୍ଡିରା ହାତୀ ହିଁ ବଳକା ରହିଛି । ହାତୀଟିର ମୃତଦେହ ଫୁଲପୁଟି ରାସ୍ତାର ପୋଲ ନିକଟସ୍ଥ କପାବାଡ଼ରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ମାଇହାତୀଟି ଗର୍ଭବତୀ ଥିବା ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ହିଁ ସଠିକ କଥା ଜଣାପଡ଼ିବ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୈାରପାଳିକା ପକ୍ଷରୁ ମଶା ତେଲ ସିଞ୍ଚନ

Sunil Chandra Nayak

ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ତଥା ଗୁରୁ ଦିବସ ପାଳିତ

masiha

ବଡଓଲମା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ଓ ଶିକ୍ଷକ,ଶିକ୍ଷୟତ୍ରୀ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!