ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ

ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ

ନବରଙ୍ଗପୁର:(-୭/୯)(ରବି ନାରାୟଣ ମହାନ୍ତି)- ପିରାମଲ ଫାଉଣ୍ଡେସନ ପକ୍ଷରୁ ଉମରକୋଟ ସଦର ସ୍ଥିତ ହୋଟେଲ ଏସ ଏସ ଇଣ୍ଟରନେସନାଲ ର ସମ୍ମିଳନୀ କକ୍ଷ ଠାରେ ଝରିଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଏବଂ ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ ହୋଇଯାଇଛି।ପିରାମଲ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ପ୍ରଭାରୀ ରାଜେନ୍ଦ୍ର ନାରୟଣ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଦୁଇଦିନିଆ ତାଲିମ ଶିବିର ସଫଳତାର ସହ ଶେଷ ହୋଇଯାଇଛି। ଏହି ତାଲିମ ଶିବିରରେ ଦିଲ୍ଲୀ ସ୍ଥିତ ଏନଭିଜନ ସଂସ୍ଥାର ବର୍ଷା ଚନ୍ଦା ଓ ନିଶାର ଅହମ୍ମଦ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଏହି ପ୍ରଶିକ୍ଷଣ ଶିବିରରେ ଝରୀଗାଁ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗୀୟ ଅଧିକାରୀ ମାନଙ୍କୁ ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ନେତୃତ୍ୱ ଓ ତଦାରଖର ବିଭିନ୍ନ ଦିଗ ଓ ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ଶିବିରରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡା,ଡାକ୍ତର ସନ୍ତୋଷ ପ୍ରଧାନ, ଡାକ୍ତର ଅଜିତ କୁମାର ଦାସ, ଡାକ୍ତର ଚନ୍ଦନ କୁମାର ସାହୁ, ଡାକ୍ତର ଜିତେନ୍ଦ୍ର କୁମାର ନାୟକ, ବି ପି ଏମ ପ୍ରିୟଙ୍କା ସିଲ, ପିଏଚଇଓ ଗୋପାଳ କୃଷ୍ଣ ପାଢ଼ୀ, ଏସଟିଏସ ବିପିନ କୁମାର ମାଝୀ, ପୂର୍ଣ୍ଣଚନ୍ଦ୍ର ପ୍ରହରାଜ, ସୁନିଲ ପାତ୍ର ପ୍ରମୁଖ ୨୫ ଜଣ ଅଧିକାରୀ ଶିବିରରେ ଯୋଗ ଦେଇଥିଲେ। ପିରାମଲ ଫାଉଣ୍ଡେସନ ପକ୍ଷରୁ ଦିବାକର ଚୌଦ୍ରୀ, ସଦାନନ୍ଦ ଆଚାର୍ଯ୍ୟ, ଲିମା ଶୋଭାରାଣୀ ଏବଂ ସୁକାନ୍ତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

masiha

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

masiha

ସାମନ୍ତରାପୁର ପଞ୍ଚାୟତରେ ସମ୍ବିଧାନ ଆଲୋଚନା ସଭା

Sunil Chandra Nayak

Leave a Comment

error: Content is protected !!