ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖୋଜ ହେମନ୍ତର ମିଳୁନାହିଁ ପତ୍ତା, ଚିନ୍ତାରେ ପରିବାର 

ନିଖୋଜ ହେମନ୍ତର ମିଳୁନାହିଁ ପତ୍ତା, ଚିନ୍ତାରେ ପରିବାର 

ଖଇରା,୦୮/୯/୨୪ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବରଦା ପଞ୍ଚାୟତ ଏବଂ ସିମୁଳିଆ ଥାନା ଅଧିନ ବରଦା ଗ୍ରାମର ହେମନ୍ତ କୁମାର ସାହୁ(୧୩) ଗତ ତା ୦୪/୯/୨୪ ରିଖ ଦିନ ସକାଳ ୮ ଘଟିକା ସମୟରେ ଘର ନିକଟ ଛକ ପାଖରୁ ଆସୁଛି ବୋଲି କହି କେଉଁ ଆଡେ ଚାଲି ଯାଇଥିଲା । ପରଦିନ ଅର୍ଥାତ୍ ତା ୦୫/୯/୨୪ ରିଖ ଦିନ ରୁପସା ଥାନାରୁ ସିମୁଳିଆ ଥାନାକୁ ଖବର ଆସିଲା ହେମନ୍ତ ଥାନାରେ ଅଛି । ଥାନା ତରଫରୁ ଏ ଖବର ବରଦା ପଞ୍ଚାୟତ ସରପଞ୍ଚଙ୍କ ନିକଟରେ ପହଞ୍ଚିବା ପରେ ପରିବାର ଲୋକେ ପ୍ରଥମେ ସିମୁଳିଆ ଥାନାରେ ପହଞ୍ଚି ନାତି ନିଖୋଜ ନେଇ ଜେଜେ ପ୍ରହ୍ଲାଦ ସାହୁ ଅଭିଯୋଗ କରିଥିଲେ । ପରେ ଥାନାଧିକାରୀଙ୍କ ଠାରୁ ଲେଖା ନେଇ ରୁପସା ଥାନାରେ ପହଞ୍ଚି ଥିଲେ । ହେଲେ ପରିବାର ଲୋକେ ହେମନ୍ତକୁ ଥାନାରେ ଦେଖିବାକୁ ପାଇ ନଥିଲେ, କେବଳ ତା’ ସାଇକେଲ ଦେଖିବାକୁ ପାଇଥିଲେ । ଏହା ଏକ ସନ୍ଦେହ ଜନକ ଘଟଣା ବୋଲି ମନେହୁଏ । ଆଜକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ହେମନ୍ତର କୌଣସି ପତ୍ତା ମିଳୁନଥିବା ପରିବାର ଲୋକେ କହିଛନ୍ତି । ପ୍ରକାଶ ଥାଉକି ହେମନ୍ତ ବରଦା ସ୍କୁଲର ୭ମ ଶ୍ରେଣୀରେ ପଢୁଥିବା ଛାତ୍ର । ଘରୁ ଗଲା ବେଳେ ରେସିଂ ସାଇକେଲ ଚଢ଼ି ଯାଇଛି । ଶ୍ଯାମଳ ବର୍ଣ୍ଣ, ଲାଲ ରଙ୍ଗର ବେନିୟନ, ମାଟିଆ ରଙ୍ଗର ପେଣ୍ଟ, ଉଚ୍ଚତା ୩ ଫୁଟ୍ ୨ ଇଞ୍ଚ ବୋଲି ଜେଜେ ପ୍ରହ୍ଲାଦ ସାହୁ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ହେମନ୍ତର ବାପା ବଳରାମ ସାହୁ, ମାତା ମିତାରାଣୀ ସାହୁ ବାହାରେ ରହୁଥିବାରୁ ଏ ଖବରପାଇ ଘରକୁ ଆସି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ପୁଅକୁ ଖୋଜି ଆଣିବା ପାଇଁ ବାପାମା ସହିତ ଜେଜେ ସିମୁଳିଆ ଥାନାକୁ ଅନୁରୋଧ କରିଛନ୍ତି । ନିଖୋଜ ହେମନ୍ତକୁ ଠାବ କରିବା ପାଇଁ ଉଭୟ ଥାନା ତରଫରୁ ଉଦ୍ୟମ ଜାରି ରହିଛି । ଯଦି କେହି ସହୃଦୟ ବ୍ଯକ୍ତି ନିଖୋଜ ହେମନ୍ତର ସନ୍ଧାନ ପାଆନ୍ତି ନିକଟସ୍ଥ ଥାନା କିମ୍ବା ନିମ୍ନ ପ୍ରଦତ୍ତ ମୋ – 8458004754, 9178366767, 9938488118, 9777423653 ରେ ଯୋଗାଯୋଗ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ

Sunil Chandra Nayak

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍,  ଅର୍ଥ ଅଭାବରୁ ଅଧାରେ ଅଟକିଛି ନିର୍ମାଣ କାମ

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

masiha

Leave a Comment

error: Content is protected !!