ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାର୍ଡ ସହାୟତା ରେ ଗ୍ରାମୀଣ ଯୁବକ ଙ୍କୁ କୃଷି ଅଭିମୁଖି କରିବା ନେଇ କର୍ମଶାଳା 

ନାବାର୍ଡ ସହାୟତା ରେ ଗ୍ରାମୀଣ ଯୁବକ ଙ୍କୁ କୃଷି ଅଭିମୁଖି କରିବା ନେଇ କର୍ମଶାଳା 

ତେନ୍ତୁଳିଖୁଣ୍ଟି ୧୦/୦୯/୨୪ //ଅଦ୍ୟ ତା୧୦.୦୯.୨୪ ରିଖ ଦିନ ନବରଙ୍ଗପୁର ଜିଲ୍ଲା ରେ ଗ୍ରାମୀଣ ଯୁବକ ଙ୍କୁ କୃଷି ଅଭୀମୁଖି EYRA ପ୍ରକଳ୍ପ ଟି ଅଗ୍ରଗାମୀ ସ୍ବେଛାସେବୀ ସଂଗଠନ ଦ୍ଵାରା ଉଦଘାଟନ କରାଯାଇଛି ।ଏହି ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସରକାରୀ ବିଭାଗ ର କର୍ମଚାରୀ ତଥା ଏ. ଡି. ଏମ୍ ମହେଶ୍ୱର ଚନ୍ଦ୍ର ନାୟକ ,ସି ଡି,ଏମ୍ ଡ.ଅଜୟ କୁମାର କର , ଏ.ଡି.ଓ ଅନିଲ୍ କୁମାର ପ୍ରହରାଜ ,ଡି.ଡି.ଏମ୍ ନାବାର୍ଡ ବିକାଶ ଟିଗ୍ଗା, କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଡ଼.ଶଶାଙ୍କ ଲେଙ୍କା ,ଆଇ.ଟି. ଡିଏ ର ପ୍ରଜେକ୍ଟ ମେନେଜର ଗୋବିନ୍ଦ କୁମାର କର ଓ ଏଲ୍.ଡି .ଏମ୍ ଗୋପାଳ କୃଷ୍ଣ ପଣ୍ଡା ଯୋଗ ଦେଇଥିଲେ ।

ଏହି ଉଦଘାଟନ ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ୨୫ଜଣ ଛତୁ ଚାଷୀ ତାଲିମ୍ ନିମନ୍ତେ ଯୋଗଦାନ କରିଥିଲେ ।ଏହି ତାଲିମ୍ କାର୍ଯ୍ୟକ୍ରମ ଟି ଦଶ ଦିନ ଧରି ଜାରି ରହିବ ବୋଲି ସୂଚନା ଦିଆଯାଇଥିଲା ।ଏହି ପ୍ରକଳ୍ପ ମାଧ୍ୟମ ରେ ଜିଲ୍ଲା ର ମୋଟ ୨୫୦ ଜଣ ଯୁବକ ଯୁବତୀ ମାନେ କିପରି ସ୍ବାବଲମ୍ବୀ ହେଇ ପାରିବେ ସେ ନେଇ ଏ.ଡି.ଏମ୍ ମହେଶ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଥିଲେ । ଛତୁ ଚାଷ କରି କିପରି ଯୁବକ ଯୁବତୀ ମାନେ ନିଜର ଆର୍ଥିକ ଅବସ୍ଥା କୁ ସୁଦୃଢ କରି ପାରିବେ ସେ ନେଇ ନାବାର୍ଡ ଡି.ଡି.ଏମ୍ ବିକାଶ ଟିଗ୍ଗା ଆଲୋକପାତ କରିଥିଲେ ।

ଅଗ୍ରଗାମୀ କର୍ମକର୍ତ୍ତା ମାନେ ତଥା ଜଗନ୍ନାଥ ଜେନା, ମହେନ୍ଦ୍ର ନାଥ ଓ ରଙ୍ଗାଧର ବେହେରା ଏହି ୧୦ ଦିନିଆ ତାଲିମ୍ ବାବଦ ରେ ଚାଷୀ ମାନଙ୍କୁ ସୂଚନା ଦେଇଥିଲେ ।ସମସ୍ତ ସରକାରୀ ବିଭାଗ,ବ୍ୟାଙ୍କ୍ ଓ ଅଗ୍ରଗାମୀ ସ୍ଵେଚ୍ଛାସେବୀ ସଂଗଠନ କିପରି ମିଳିତ ଭାବେ ERYA ପ୍ରକଳ୍ପ କୁ ସଫଳ କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା ।ଏହି ଉଦଘାଟନ ସଭା ରେ ଅଗ୍ରଗାମୀ ର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

Sunil Chandra Nayak

ରାୟଗଡରେ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ

masiha

ଦୀପାବଳି ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!