ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ;୯୩ ଟି ଅଭିଯୋଗ ପଂଜିକୃତ,୨ ଜଣଙ୍କୁ ସ୍ଵାସ୍ଥ୍ୟଗତ ଆର୍ଥିକ ସହାୟତା 

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ;୯୩ ଟି ଅଭିଯୋଗ ପଂଜିକୃତ,୨ ଜଣଙ୍କୁ ସ୍ଵାସ୍ଥ୍ୟଗତ ଆର୍ଥିକ ସହାୟତା 

ମୟୂରଭଞ୍ଜ -୧୦/୦୯ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ପରିସରରେ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏ ଙ୍କ ଅଧ୍ୟକ୍ଷତାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା .ଏସ ସୁଶ୍ରୀ,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ., ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡାକ୍ତର ରବୀନ୍ଦ୍ର କୁମାର ମାରାଣ୍ଡି ଓ କରଞ୍ଜିଆ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବ୍ରତ କୁମାର,ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ବିଡ଼ିଓ , ତହସିଲଦାର,ପୌରପାଳିକା ଅଧିକାରୀ,ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ,ସମସ୍ତ ଲାଇନ ଡିପାର୍ଟମେଣ୍ଟର ବିଭାଗୀୟ ଅଧିକାରୀ ପ୍ରମୁଖ ଅଭିଯୋଗ ଶୁଣାଣୀରେ ସହାୟତା କରିଥିଲେ । 

            ଆଜିର ଅଭିଯୋଗ ଶୁଣାଣୀରେ ମୋଟ ୯୩ ଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୭୭ ଗୋଟି ବ୍ୟକ୍ତିଗତ ଏବଂ ୧୬ ଗୋଟି ସାମୁହିକ ଅଭିଯୋଗ ଥିଲା । ଏଥିମଧ୍ୟରୁ ସ୍ଵାସ୍ଥ୍ୟଗତ ସହାୟତା ପାଇଁ ଆସିଥିବା ୨ ଟି ଆବେଦନକୁ ଗ୍ରହଣ କରି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫୦୦୦ ଟଙ୍କା ଲେଖାଏଁ ଦୁଇଜଣଙ୍କୁ ୧୦,୦୦୦ ଟଙ୍କା ତତ୍କାଳ ମଂଞ୍ଜୁର କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପାରିବାରିକ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହୀନ ପଟ୍ଟା, ରାସନ୍ କାର୍ଡ ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ଆବେଦନ ଆଦି ଦରଖାସ୍ତ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଗ୍ରାମ୍ୟ ସମସ୍ୟା,ନୂତନ ରାଜସ୍ବ ଗ୍ରାମ ଘୋଷଣା,,ଗ୍ରାମରୁ ପଡ଼ାକୁ ରାସ୍ତା,ଜଳ ନିଷ୍କାସନ,ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ମରାମତି, ସରକାରୀ ରାସ୍ତା ଅବରୋଧ ହଟାଇବା, ଜଗନ୍ନାଥ ମନ୍ଦିର ସମ୍ପତ୍ତି ସୁରକ୍ଷା, ସରକାରୀ ଜମି ସୁରକ୍ଷା ଓ ବେଆଇନ ଅବରୋଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଭିଯୋଗ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

masiha

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ଗରିମା ପରିବାରର ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!