ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶୀ କାଙ୍କଡ଼ ବିକି ସ୍ୱାବଲମ୍ଭି ହେଉଛନ୍ତି ଆଲୋମଣ୍ଡା ପଞ୍ଚାୟତ ବାସି 

ଦେଶୀ କାଙ୍କଡ଼ ବିକି ସ୍ୱାବଲମ୍ଭି ହେଉଛନ୍ତି ଆଲୋମଣ୍ଡା ପଞ୍ଚାୟତ ବାସି 

ବନ୍ଧୁଗାଁ ତା, ୧୨/୯/୨୪,ଆଜିକାଲି ପ୍ରାୟ ଚାଷୀମାନେ ଅନେକ ପ୍ରକାର  ଚାଷ କରି ଚାଷୀ ସ୍ୱାବଲୋମ୍ଭି ହୋଇଥିବାର ଦେଖିବାକୁ ମିଳିଥାଏ I ଗତ କିଛିଦିନ ହବ ବଜାରରେ ଦେଶୀ କାଙ୍କଡ଼ ର ଦର ଆକାଶ ଛୁଆଁ ହୋଇଥିବା ବାଧେ ବି ଲୋକେ ବଜାରରୁ କିଲୋ ୨୦୦ ଟଙ୍କା ହୋଇଥିଲା ବେଳେ ଘରର ମୁଖିଆ ମାନେ କିଣି ନେଉଥିଲେ I କାରଣ ତରକାରୀ କିମ୍ଭା ପନିପରିବ ମଧ୍ୟରେ ପ୍ରଥମେ କାଙ୍କଡ଼ ରେ ଭରପୁର ମାତ୍ରରେ ମାଂସ ଠାରୁ ୫୦%ଭାଗ ଅଧିକ ମାତ୍ରରେ ଭିଟାମିନ ମିଳିଥାଏ I କାଙ୍କଡ଼ ପରେ ସଯୋନା ଡ଼ାଲ ଓ ମୁନୀଗା ମଧ୍ୟ ତରକାରୀ ମଧ୍ୟରେ ବହୁତ ଲାଭ ଦାୟକ ଭିଟାମିନ ପନି ପରିବା ମଧ୍ୟରେ ନାମ ଅର୍ଜନ କରିଅଛନ୍ତି I ବର୍ତମାନ ବନ୍ଧୁଗାଁ ବ୍ଲକର କୋଣେ କୋଣେ ରହିଥିବା ଚାଷୀ ଲେମନ ଗ୍ରାସ ଚାଷ କରି ସ୍ୱାବଲୋମ୍ଭି ହୋଇଥିବା ବେଳେ ଆଲୋମଣ୍ଡା ଅଞ୍ଚଳରେ ରହିଥିବା ଗାଁ ସିଲାବାଡ଼ି, ମୁଲାମାଡା, ଇମ୍ଫାବାଲଶା, କଣ୍ଡାବାଲଶା, କୁଡୁରୀ ବାଙ୍କିଡି, ହାତୀଗାଡା ଓ ଆନ୍ଦ୍ର ସୀମାନ୍ତ ସିଡ଼ିବାଲଶା ଓ ଆଉ କିଛି ଗ୍ରାମର ଚାଷୀ ଦେଶୀ କାଙ୍କଡ଼ ର ଚାଷ କରି ଆଲୋମଣ୍ଡା ସହରକୁ ସାପ୍ତାହିକ ବଜାର ହଉ କି ଅନ୍ୟ ଦିନରେ ମଧ୍ୟ କାଉଡ଼ି କାଉଡ଼ି କାଙ୍କଡ଼ ଆଣି କିଲ ପିଛା ୧୦୦ ଟଙ୍କାରେ ବିକ୍ରି କରି ମାଲା ମାଲ ହୋଉଥିବା ସହ କିଛି ଚାଷୀ ଆନ୍ଦ୍ରର ପାର୍ବତି ପୁରମକୁ ମଧ୍ୟ ନେଇ ୧୫୦ ଟଙ୍କାରେ ବିକ୍ରି କରି ଥିବାର ଦେଖିବାକୁ ମିଳୁଛି I ବନ୍ଧୁଗାଁ ଗ୍ରାମରେ ବର୍ତମାନ ମଧ୍ୟ କାଙ୍କଡ଼ କେଜି ପିଛା ୧୪୦ ରହିଥିବା ବେଳେ ଆଲମଣ୍ଡା ଅଞ୍ଚଳରେ ୧୧୦ ରୁ କମରେ ହିଁ କେଜି ପିଛା କାଙ୍କଡ଼ ମିଳୁଥିବାର ଆଲୋମଣ୍ଡା ଗ୍ରାମବାସିର ବେପାରିଆ ମାନେ କହିଛନ୍ତି I ବର୍ତମାନ କାଙ୍କଡ଼ ପରିବା ଚାଷରେ ଭଲ ପୁଞ୍ଜି ପାଉଥିବା ଦେଖି ଅନ୍ୟ ଚାଷୀମାନେ ମଧ୍ୟ  ନିଜ ନିଜ ଚାଷ କରୁଥିବା ଖଣ୍ଡେ ଖଣ୍ଡେ ଜମିରେ କାଙ୍କଡ଼ ଚାଷ କରିବା ପାଇଁ ଆକୃଷ୍ଟ ହୋଇଛନ୍ତି I

ସଂଜୀବ କୁମାର 

Related posts

ଲାବୋରଟରୀ ସ୍କାମରେ ଲିଙ୍କ ଶର୍ମା-କମ୍ପାନୀ କିଏ?

masiha

ତିରିଂ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Sunil Chandra Nayak

୪ ଦଫା ଦାବି ନେଇ ଭଂଜସେନା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଧାରଣା ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବିପତ୍ର 

masiha

Leave a Comment

error: Content is protected !!