ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ର ବୈଠକ

ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ର ବୈଠକ

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ଡ଼ଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ତ୍ରିଲୋକନାଥ ପାଣ୍ଡେଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଭୁ ରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ। ଆଇନ ମହାବିଦ୍ୟାଳୟର ୫୦ତମ ପୂର୍ତ୍ତି ଉପଲକ୍ଷେ ସୂବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆଲୁମନି ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମ୍ଭବତଃ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ଶେଷ ସପ୍ତାହ କିମ୍ବା ନୂଆବର୍ଷର ପ୍ରଥମ ସପ୍ତାହରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ଏଥିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କଟକ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଯୋଗଦେବାକୁ ଅନୁରୋଧ କରାଯିବ ବୋଲି ସ୍ଥିର କରାଯାଇଛି। ସେହିପରି ବହୁସଂଖ୍ୟାରେ ଆଲୁମନି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଓ ପରବର୍ତ୍ତୀ ସମୟରେ ଅନ୍ୟଏକ ବୈଠକ କରି ବିସ୍ତ୍ରୁତ ଆଲୋଚନା ପାଇଁ ସ୍ଥିର କରାଗଲା। ଏହି ବୈଠକରେ ଉପସଭାପତି ବବିତା ମହାପାତ୍ର, କାର୍ଯ୍ୟକାରୀ କମିଟିର ସଦସ୍ୟ ପଶୁପତିନାଥ ଚାଟାର୍ଜୀ, ମନୋରଞ୍ଜନ ଦାଶ, ଆରତୀ ଚୈ।ଧୁରୀ, ଡ଼ଃ ପ୍ରଜ୍ଞା ପରମିତା ପଣ୍ଡା, ସୁଦାମ ଦାଶ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ମୁଖପାତ୍ର କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରେଳ ଧାରଣା ବିଦ୍ୟୁତ୍ ଖୁଣ୍ଟରେ ଚଢି ଯୁବକ ଗୁରୁତର

Sunil Chandra Nayak

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

masiha

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!