ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ପାଇଁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ 

ବନ୍ଧୁଗାଁ ବ୍ଲକରେ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ପାଇଁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ 

ବନ୍ଧୁଗାଁ ତା, ୧୫/୯/୨୪,ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ଓ ଘରେ ଘରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସୂଚନାର ବାର୍ତା ଆଜି ଏକ କିମି ଧରି ପାଦରେ ଚାଲି ଚାଲି ବ୍ଲକ ବୈଠକ ଗୃହକୁ ପହଁଞ୍ଚିଥିଲେ I ଶିକ୍ଷା, ଯୋଗାଯୋଗ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଆଉ ଏକ ନୂଆ ଫର୍ଦାଯୋଡ଼ି ହୋଇଯାଇଛି। ସେପ୍ଟେମ୍ବର ୧୫ ତାରିଖ ସକାଳ ୯ଘଣ୍ଟା ସମୟରେ  ସାନ ସୋରପୋଲି ସିଦ୍ଧେସ୍ୱର ମନ୍ଦିରରୁ ବାହାରି ବନ୍ଧୁଗାଁ ବ୍ଲକର ଶିଶୁବିକାଶ ନିକଟ ମିଶନ ବୈଠକ ଗୃହରେ ପହଞ୍ଚିଥିଲେ I ବ୍ଲକ ସ୍ତରରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା I ପ୍ରଶାସନିକ ପକ୍ଷରୁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ସ୍ଥାନୀୟ  ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠି , ଶିଶୁ ବିକାଶ ଅଧିକାରୀ ସିଡିପିଓ ଶ୍ରୀମତି ଗୀତାଞ୍ଜଳି ମହାରଣା , ଶିଶୁ ବିଭାଗର ଦୁଇ ପଞ୍ଚାୟତ ବଡ଼ ସୋରପୋଲି ଓ ବନ୍ଧୁଗାଁ ସୁପ୍ରବାଇଜର, ବଡ଼ ସରପଲି ପଞ୍ଚାୟତର ସରପଞ୍ଚ ସୁନ୍ଦୁରୁ ପିଡ଼ିକା ଓ ବନ୍ଧୁଗାଁ ପଞ୍ଚାୟତ ର ସୋରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା ମିଶନ ଶକ୍ତି ବିଭାଗର ଦୁଇ ଅଧିକାରୀ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମକୁ ସହଯୋଗ ଓ ସହାୟତା କରିଥିଲେ I ଏଥିସହ ନିଲାବାଡ଼ି, ବନ୍ଧୁଗାଁ ଓ ବଡ଼ ସରପଲି ପଞ୍ଚାୟତର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ପଞ୍ଚାୟତ ର ସମସ୍ତ ପଞ୍ଚାୟତର ସରକାରୀ କର୍ମଚାରି ମାନେ ବିଶେଷ କରି ବହୁ ସଂଖ୍ୟାରେ ଏସ୍.ଏଚ୍.ଜି.ମହିଳା,ମିଶନ ଶକ୍ତି, ପଂଚାୟତ ସଭାପତି, ସମ୍ପାଦିକା,ଏମ.ବି.କେ.ଦିଦି,ସି.ଆର.ପି, ଆଶା,ଓ ଅଙ୍ଗନବାଡ଼ି କର୍ମୀ, ସୁଭଦ୍ରା ହିତାଧୂକାରୀ ଏହି ପଦଯାତ୍ରାରେ ଯୋଗ ଦେଇ ଥିଲେ। ଏହି ପଦଯାତ୍ରା ପରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସିଡିପିଓ ଙ୍କ ଅଧକ୍ଷତରେ ଏକ ବୈଠକ ଅନୁଷ୍ଠିତ ହୋଇ ସୁଭଦ୍ରା ଯୋଜନା ବିଷୟରେ ଆଲଚନା ହୋଇଥିଲା I ବିଡ଼ିଓ ଶ୍ରୀ ସେଠି ଓ ସିଡିପିଓ ଶ୍ରୀମତି ମହାରଣା ଆଜିର ପଦ ଯାତ୍ରା ଶେଷପରେ ଏକ ବୈଠକରେ କହିଲେ କି ସମସ୍ତ ମହିଳା ଆବେଦନ କରିବେ କିଏ ବି ଏଥିରୁ ବାଦ ନପଡିବେ କୌଣସି ଟଙ୍କାର ଦେୟ ଦେବାକୁ ପଡିବ ନାହିଁ I ଫୋର୍ମ ଆବେଦନ ପାଇଁ ବିନା ମୂଲ୍ୟରେ ଆବେଦନ ଅନ ଲାଇନରେ ଆବେଦନ କରନ୍ତୁ I କିଏ ବି କୌଣସି ସନ୍ଧେହ ନରଖି ଗାଁରେ ରହିଥିବା ସମସ୍ତ ମହିଳାଙ୍କୁ ମଧ୍ୟ ଜଣେଇଦେବେ ଓ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ଦୁଇଥର କରି ଦଶ ହଜାର ଓ ପାଞ୍ଚ ବର୍ଷକୁ ପଚାସ ହଜାର ଲେଖାଏଁ ଟଙ୍କା ସମସ୍ତ ମହିଳାଙ୍କ ଖାତାକୁ ୫ ବର୍ଷ ମଧ୍ୟରେ ନିଜ ଖତାକୁ ଟଙ୍କା ଛାଡିବାର ବ୍ୟବସ୍ଥା ସରକାର କରିଛନ୍ତି I ଆବେଦନ କଲାପରେ କିଏ ବି ଟଙ୍କା ଖାତାକୁ ଆସିନାହିଁ ବଲି କୌଣସି ପ୍ରକାରରେ ନିରାସ ହବ ନାହିଁ ସମୟ ଓ ଧର୍ଯ୍ୟ ଧରି ରହିବେ ସମୟ ଅନୁଯାଇ ସୁଭଦ୍ରା ଯୋଜନାର ଟଙ୍କା ନିଶ୍ଚୟ ପାଇବେ ବଲି ଆଜିର କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ସୁଭଦ୍ରା ଯୋଜନା ଆବେଦନ କାରି ମହିଳାଙ୍କୁ ବୁଝେଇଥିଲେ I 

   ବନ୍ଧୁଗାଁ ବ୍ଲକରୁ ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟ 

Related posts

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦଯାପିତ

Sunil Chandra Nayak

“ଅବିଚଳ ସଂଗ୍ରାମୀ” ଲୋକାର୍ପିତ : କ୍ଷିତିଶ ବିଶ୍ୱାଳଙ୍କ ସଂଗ୍ରାମୀ ଜୀବନ ଆଜିର ପିଢି ପାଇଁ ପ୍ରେରଣା — ଦୀପଙ୍କର ଭଟ୍ଟାଚାର୍ଯ୍ୟ

ଭାରତୀୟ ସାମ୍ବାଦିକ କର୍ମଜୀବି ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!