ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାଜ୍ଞସେନୀ ତରଫରୁ ପଣାସକ୍ରାନ୍ତି ପାଳିତ

ରାଉରକେଲା/ ସୃଜନଶୀଳା ନାରୀ, ସଚେତନତାର ପୃଥକ ପରିଭାଷା ପାଇଁ ସୃଷ୍ଟି ହୋଇଥିବା ମହିଳାଙ୍କ ଦ୍ବାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଯାଜ୍ଞସେନୀ ତରଫରୁ ଓଡିଆ ନବବର୍ଷ ଉପଲକ୍ଷେ ପଣା ସଂକ୍ରାନ୍ତି ସେକ୍ଟର ୧୭ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଂପାଦିକା ନୀନାରାଣୀ ଜେନା ଙ୍କ ଆବାହକତ୍ବ ଓ ସାଗରିକା ଜେନାଙ୍କ ମଂଚ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡଃ କିଶୋରୀ ଦାଶ ଓ ମୁଖ୍ୟବକ୍ତା ଭାବେ କବି ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ପଣାସକ୍ରାନ୍ତି୍ର ଐତିହ୍ୟ ଓ ଓଡିଆ ନବବର୍ଷ ପାଳନ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ମେହେନ୍ଦୀ, ପିଠା ଓ ଓଡିଆଣୀ ବୋହୁ ପ୍ରତିଯୋଗିତା କରାଯାଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପ୍ରଶଂସାପତ୍ର ସହ ପୁରସ୍କୃତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ରଶ୍ମି ସାହୁ, ରୀନା ସ୍ବାଇଁ, ବିଭୁ ନାୟକ, ସାଗରିକା ଜେନା ଓ ଉଷାରାଣୀ ଶତପଥୀ ପ୍ରମୁଖ କବିତା ପାଠ କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଜୟଶ୍ରୀ ବିଶ୍ବାଳ, ଭାରତୀ ସିଂହ, ଅଳକା ମହାନ୍ତି, ଆରତୀ ମିତ୍ର, ସଂଯୁକ୍ତା ମହାପାତ୍ର, ସବିନା ମହନ୍ତ, ନିବେଦିତା ରାଉତ, ପୂର୍ଣ୍ଣିମା ପି ପାତ୍ର, ଅଶୋକ ଜେନା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂପାଦିକା ଶ୍ରୀମତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

କନ୍ତିମିଲି ଗ୍ରାମ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak

ଧର୍ମଗଡ଼ ଏନଏସି ପକ୍ଷରୁ ୱେବସାଇଡ ଲୋକାର୍ପିତ

Leave a Comment

error: Content is protected !!