ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘ ର ବର୍ଷା ସାହିତ୍ୟ ଆସର 

ଧାମରା ସଂଘ ର ବର୍ଷା ସାହିତ୍ୟ ଆସର 

ରାଉରକେଲା :ମେଘ ପ୍ରେମ ଓ ପ୍ରୀତିର ନିଦର୍ଶନ ,ପ୍ରେମିକ ବା ପ୍ରେମିକା ନିଜମନରେ ଥିବା ଅକୁହା କଥାକୁ ମେଘ ମାଧ୍ଯମରେ ପରସ୍ପରକୁ ଜଣାଇଥାନ୍ତି | ମେଘରୁ ସ୍ରୁଷ୍ଟି ବର୍ଷା ପ୍ରେମୀ ଯୁଗଳଙ୍କ ହୃଦୟରେ ଭରିଦିଏ ସବୁଜିମାର ସଂଜୀବନୀର ସ୍ପର୍ଶ | ଆଷାଢ ଆଣେ ଯୌବନ ,ଶ୍ରାବଣ ଭରେ ସ୍ପନ୍ଦନ | ବର୍ଷା ପ୍ରକୃତି ଓ ଆଷାଢ ର ମେଘ ଘଡଘଡି ତଥା ବିଜୁଳିର ସମ୍ଭାର କୁ ପାଥେୟ କରି ସଂସ୍କୃତ ସାହିତ୍ଯ ର ମହାକବି କାଳିଦାସଙ୍କ ବର୍ଷା ପ୍ରକୃତି ଓ ବିରହ ବ୍ଯଞ୍ଜନ ମହାକାବ୍ଯ ମେଘଦୂତମ୍ ଠାରୁ ଆରମ୍ଭ କରି ଓଡିଆ ସାହିତ୍ଯ ର ପ୍ରଥିତଯଶା ଗଙ୍ଗାଧର ମେହେର ,ଉପେନ୍ଦ୍ର ଭଞ୍ଜ, ମଧୁସୂଦନ ରାଓ,ମାୟାଧର ମାନସିଂହ ସହ ଆଧୁନିକ ତଥା ଉତ୍ତର ଆଧୁନିକ କବି ମାନଙ୍କର କବିତାରେ ବର୍ଣ୍ଣିତ ବର୍ଷାର ପ୍ରକୃତି ବର୍ଣ୍ଣନା ହିଁ ପ୍ରମାଣ କରିଦିଏ ଯେ ବର୍ଷା ହିଁ ଜୀବନର ଗୀତ ବୋଲି ଧାମରା ସଂଘ ଦ୍ବାରା ଆୟୋଜିତ ବର୍ଷା କବିତା ଆସରରେ ଆରେ..ମେଘ ..ଆ ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ୟବକ୍ତା ଡ଼ଃ ଅନିଲ କୁମାର ଦାଶ ମତ ରଖିଥିଲେ | ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ସାଂସ୍କୃତିକ ସମ୍ପାଦକ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ବର୍ଷା କବିତା ଆସରରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ସାହିତ୍ଯ ଏକାଡେମୀର ସଦସ୍ଯ ଇଂ ଅଭୟ ସୂତାର ବର୍ଷା ପ୍ରକୃତି ଓ ପ୍ରେମ ଚେତନାକୁ କେନ୍ଦ୍ର କରି ଉଭୟ ପ୍ରାଚ୍ଯ ଓ ପାଶ୍ଚାତ୍ଯ କବିତା ପ୍ରେମମୟ ଓ ଜୀବନ୍ତ ବୋଲି ମତ ଦେଇଥିଲେ । ରାଉରକେଲା ଭଳି ଏକ ଉପାନ୍ତ ଅଞ୍ଚଳରେ ଧାମରା ସଂଘର ଏଭଳି ସାହିତ୍ଯ କାର୍ଯକ୍ରମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ | ଅନ୍ଯତମ ସମ୍ମାନିତ ଅତିଥି ବିଶିଷ୍ଟ କବି ପଞ୍ଚାନନ ସାହୁ ସଂଘର ଏଭଳି ଅନନ୍ୟ ସାରସ୍ଵତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ସାଧାରଣ ସଂପାଦକ ଭଗବାନ ରାଉତ ସଂପାଦକୀୟ ବିବରଣୀ ପାଠ କରିବା ସହ ଆଗକୁ ଏହିଭଳି କବିତା ଆସର ଆହୁରି କିପରି ଆକର୍ଷଣୀୟ ହୋଇ ପାରିବ ତାହା ପ୍ରକାଶ କରିଥିଲେ | ସହ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସାହିତ୍ଯ ସଂପାଦିକା ନିରୁପମା ପତି ମଞ୍ଚ ପରିଚାଳନା କରିଥିଲେ | ପ୍ରାରମ୍ଭରେ ଗୁରୁ ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥିମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲା | ଦ୍ବିତୀୟ ପର୍ଯ୍ଯାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସମାଜସେବୀ ଓ ସୁସଂଗଠିକା ଅଞ୍ଜନା ମିଶ୍ରଙ୍କ ସଭାପତିତ୍ବରେ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ ସମ୍ମାନିତ ଭାବେ ଯୋଗଦାନ କରିଥିଲେ । ବ୍ଯଙ୍ଗ କବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ,ସଂଯୁକ୍ତା ବଳ,ମମତାରାଣୀ ଦାଶଙ୍କ ସଂଯୋଜନାରେ କବି ତ୍ରିଲୋଚନ ସ୍ବାଇଁ,ଉପେନ୍ଦ୍ର ବସ୍ତିଆ ,ଅଭୟ କୁମାର ଦାସ , ପ୍ରକାଶ ସେଠୀ,ରେବତୀ ବଲ୍ଲଭ ବେହେରା,ଗୌତମ ଦାସ, ବୈକୁଣ୍ଠ ନାଥ ଓଝା,ମାନସୀ ସୂତାର,କନକଲତା ମିଶ୍ର , ଅର୍ଚ୍ଚନା ପାତ୍ର ,ମମତା ଜେନା,ସୁମିତ୍ରା ମିଶ୍ର, ହରିହର ବେହେରା,ଆରତୀ ବେହେରା, ସୁଚିସ୍ମିତା ପଣ୍ଡା,ହରପ୍ରିୟା ପରିଡା, ସୁଶ୍ରୀସଂଗୀତା ଦାଶ,ନିକୁଞ୍ଜ ବିହାରୀ , ବସନ୍ତ ବିଶ୍ବକର୍ମା ,ଦେବେନ୍ଦ୍ର କୁମାର ବଳ , ମୀରା ମଲ୍ଲିକ୍ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଅନ୍ଯପକ୍ଷରେ ନିରୁପମା ନାୟକ,ବାଳକ୍ରୁଷ୍ଣ ସ୍ବାଇଁ,ସସ୍ମିତା ପ୍ରଧାନ, ସୂର୍ଯ୍ଯ ପଣ୍ଡା, ବସନ୍ତ ବିଶ୍ଵକର୍ମା, ଗୋୖତମ ଦାସ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସାଂସ୍କ୍ରୁତିକ ସଂପାଦକ ଶ୍ରୀ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

ଡ଼ିଡ଼ିସିଏ ସୋରେନ’ର ଯୋଡ଼ା ସରକାରୀ ଘରେ-ସରକାରଙ୍କ ଲୁହାପଥର ନମୁନା ଗୁଣ୍ଡ ଠାବ

masiha

ବନ୍ଧୁଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଋଣ ଓ ଏସ ଏଚ ଜି ଙ୍କୁ ସୁଧ ଟଙ୍କା ଫେରସ୍ତ

masiha

Leave a Comment

error: Content is protected !!