ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି 

ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି 

ନବରଙ୍ଗପୁର(୧୬|୯)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି।ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।ସୂଚନା ପ୍ରକାରେ ଚେପଟିଆମ୍ବା ଗ୍ରାମର ଡାଳ ଜାନୀ ଗତ ୬ ତାରିଖ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ।ପରିବାର ଲୋକ ପ୍ରଥମେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାଳ ଜାନୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସ୍ଥିର ନହେବା ଯୋଗୁଁ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଡାଳ ଜାନୀ ଚିକିତ୍ସା ହେଉଥିଲେ।ତେବେ କୋରାପୁଟ ଡାକ୍ତରଖାନାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ ହୋଇ ପାରୁ ନଥିବା ଯୋଗୁଁ ପରିବାର ଲୋକଙ୍କୁ ବ୍ରହ୍ମପୁର ଡକ୍ଟରଖାନା ନେବା ପାଇଁ କହିଥିଲେ।ତେବେ ପରିବାର ଲୋକଙ୍କ ସଚେତନତା ଅଭାବ ସହ ଆର୍ଥିକ ଅଭାବ ଯୋଗୁଁ କାହାକୁ ନଜଣାଇ ଗତ ୧୩ ତାରିଖ ଦିନ ବେସରକାରୀ ଗାଡି ଯୋଗେ ଡାଳ ଜାନୀଙ୍କୁ ଚେପଟିଆମ୍ବା ନେଇ ଆସିଥିଲେ।ଚେପଟିଆମ୍ବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ସନ୍ତୋଷ ପ୍ରଧାନ ଓ ସ୍ୱାସ୍ଥ୍ୟ କର୍ମଚାରୀ ଜାଣିବା ପରେ ପରିବାର ଲୋକଙ୍କୁ ବୁଝାସୁଝା କରି ଡାଳ ଜାନୀଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟ ଅଧିକାରୀ ଅରବିନ୍ଦ ପଣ୍ଡା ଓ କର୍ମଚାରୀ ମାନେ ପରିବାର ଲୋକଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାହାରକୁ ନେବା ପାଇଁ ବୁଝାଇ ଥିଲେ।ତେବେ ପରିବାର ଲୋକ ଡାଳ ଜାନୀଙ୍କୁ ବାହାରକୁ ନେବା ପାଇଁ ରୋକଠୋକ ମନା କରିଦେଇଥିଲେ।ତେବେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା।ରାତ୍ର ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ଚେପଟିଆମ୍ବା ପଠାଯାଇଥିଲା।ଆଜି ସକାଳୁ ଗ୍ରାମ ଶ୍ୱଶାନରେ ଶେଷକୃତ ସମ୍ପନ ହୋଇଥିଲା।ଏଠାରେ ପ୍ରକାଶ ଯେ ଡ଼ାଲ ଜାନିଙ୍କ ସାନ ପୁଅ ମଧୁ ଜାନି ଡାଇରିଆରେ ଆକ୍ରାନ୍ତ ହୋଇ ଗତ ୮ତାରିଖ ବିଳମ୍ୱ ରାତିରେ ନବରଙ୍ଗପୁର ମେଡିକାଲରେ ମୃତ୍ୟୁ ବରଣ କରିଥିଲେ।ଡାଳ ଜାନୀଙ୍କ ମୃତ୍ୟୁ ପରେ ଚେପ୍ଟିଆମ୍ବା ଗ୍ରାମରେ ମୃତ୍ୟୁ ସଂଖ୍ୟା ୪ଛୁଇଁଲା।

ମସିହା ନିୟୁଜ ସର୍ଭିସ୍ 

Related posts

LAST DAY OF CHAITRA PARVA CELEBRATIONS IN SAIPRIYA NAGAR SEES MASSIVE TURNOUT OF DEVOTEES

masiha

ଆମ ପରିବାରର ପ୍ରଥମ ବଂଧୁ ମିଳନ 

masiha

ଜୁନାଗଡ଼ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!