ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷୁବ ମିଳନ ଓ ପୁସ୍ତକ ଲୋକାର୍ପଣ ସମାରୋହ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିକଟସ୍ଥ ପଦ୍ମପୁର ସନସିଟି ରିସୋର୍ଟ ଠାରେ ‘ଖଡିଆଳ ଗବେଷଣା ପ୍ରତିଷ୍ଠାନ’ ଆନୁକୂଲ୍ୟରେ ବିଷୁବ ମିଳନ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ବର୍ଣ୍ଣାଢ଼୍ୟ ସହକାରେ ଅନୁଷ୍ଠିତ ହୋଇଯାଇଛି । ଗବେଷଣା ପ୍ରତିଷ୍ଠାନ ରଅଧ୍ୟକ୍ଷା ଅଧ୍ୟାପିକା ସଞ୍ଜିବନୀସୁଧାରଥଙ୍କ ପୈ।ରୋହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ବରେଣ୍ୟ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗବେଷକ ଡଃ ଜିତାମିତ୍ର ପ୍ରସାଦ ସିଂହ ଦେବ, ରାଜା ସାହେବ, ଖଡ଼ିଆଳ, ସମ୍ମାନନୀୟ ଅତିଥି ଭାବେ ଡଃ ଫଣିନ୍ଦମ ଦେଓ, ପ୍ରାକ୍ତନ ଅଧ୍ୟକ୍ଷ ସ୍ବୟଂ ଶାସିତ ମହାବିଦ୍ୟାଳୟ ଖଡ଼ିଆଳ, ଶ୍ରୀ ଶ୍ରୀକାନ୍ତ ଚଟର୍ଜୀ, ଅବସରପ୍ରାପ୍ତ ଆୟକର କମିଶନର, ଶ୍ରୀ ଓମ୍ ପ୍ରକାଶ ଯୋଷୀ,ପ୍ରକାଶକ,ୟୁରାନିଆ ପବ୍ଲିସିଙ୍ଗ୍ ହାଉସ, ବରଗଡ଼, ମୁଖ୍ୟ ବକ୍ତା ପ୍ରାଧ୍ୟାପକ ସୁଶାନ୍ତ କୁମାର ପାଢ଼ୀ, କେସିଙ୍ଗା ପ୍ରମୁଖ ଯଥାକ୍ରମେ ସଦୟ ଯୋଗଦାନ କରିଥିଲେ । ବିଷୁବ ଅତିଥି ବୃନ୍ଦ ବାଗଦେବୀ ସରସ୍ଵତୀ ଙ୍କ ଆଲୋକ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଖଡ଼ିଆଳ ର ଦିବଂଗତ କବି ଚଣ୍ଡୀ ଚରଣ ବିଶି ଓ ବରିଷ୍ଠ କଳାକାର ଅରୁଣ ଜ୍ୟୋତି ଶର୍ମା ଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କବି ଗୈାରାଙ୍ଗ କୁମାର ସାହୁ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଣ୍ଠଶିଳ୍ପୀ ଜ୍ୟୋତିକା ବିଶି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଗବେଷଣା ପ୍ରତିଷ୍ଠାନ ର ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ସାମୁଏଲ ଦାନୀ ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହା ପରେ ପ୍ରତିଷ୍ଠାନ ଦ୍ବାରା ପ୍ରକାଶିତ ତିନୋଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ଖଡ଼ିଆଳ ରାଜବଂଶର ଦିବଂଗତ ଦାୟାଦ ବିଶିଷ୍ଟ ଅନୁବାଦକ ଲାଲ୍ ରୁଦ୍ର ମାଧବ ଦେବଙ୍କ ବିରଚିତ ଓ ଡଃ ସୁଶାନ୍ତ କୁମାର ବିଶି ଙ୍କ ଦ୍ଵାରା ସମ୍ପାଦିତ “ଦୁର୍ଗା ସ୍ତୁତି”,କୁ ମୁଖ୍ୟ ଅତିଥି ଡଃ ଜିତାମିତ୍ର ପ୍ରସାଦ ସିଂହ ଦେବ ଲୋକାର୍ପଣ କରିଥିବା ବେଳେ ଲାଲ୍ ରୁଦ୍ରମାଧବ ଦେବଙ୍କ ଅନୂଦିତ ଏବଂ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ ଓ ପ୍ରାଧ୍ୟାପକ ସାମୁଏଲ ଦାନୀ ଙ୍କ ଯୁଗ୍ମ ସମ୍ପାଦିତ ପୁସ୍ତକ “ରୁବାଇୟାତ୍ ” (ଓମର୍ ଖୟାମ୍ )କୁ ସମ୍ମାନନୀୟ ଅତିଥି ଡଃ ଫଣିନ୍ଦମ ଦେଓଙ୍କ ଦ୍ୱାରା ଏବଂ ପ୍ରଖ୍ୟାତ ନାଇଜେରୀୟ ଲେଖକ ବେନ ଓକ୍ରିଙ୍କ A Way of Being Frce ର ମାର୍ମିକ ଓଡ଼ିଆ ଭାଷାନ୍ତର ପୁସ୍ତକ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ ଙ୍କ ” ମୁକ୍ତିର ରାହା ” ଶ୍ରୀକାନ୍ତ ଚଟର୍ଜୀ ଙ୍କ କରକମଳରେ ଶୁଭ ଉନ୍ମୋଚିତ ହୋଇଥିଲା । ପ୍ରାଧ୍ୟାପକ ଯୋଷୀ ଙ୍କ ମୁକ୍ତିର ରାହା ପୁସ୍ତକ ଉପରେ ମୁଖ୍ୟ ବକ୍ତା ସୁଶାନ୍ତ କୁମାର ପାଢ଼ୀ ସାର ଗର୍ଭକ ଆଲୋଚନା ମାଧ୍ୟମରେ ବର୍ଣ୍ଣ ବୈଷମ୍ୟବାଦ ର ପୃଷ୍ଠଭୂମି ଓ ପ୍ରଚଳିତ ସାମାଜିକ ବ୍ୟବସ୍ଥା ର ପରିବର୍ତ୍ତନ, ମାନବ ଜାତିର ମୁକ୍ତି ପାଇଁ କୈ।ଣସି ବାହ୍ୟ ଶକ୍ତି ର ଆବଶ୍ୟକତା ନାହିଁ ବରଂ ଆମର ଭାବାବେଗ, ଆମର ସୃଜନଶୀଳତା ଅସମାନତା ର ଶୃଙ୍ଖଳ ଭିତରୁ ବାହାର କରି ଏକ ନୂତନ ପୃଥିବୀର ଦ୍ୱାର ଉନ୍ମୁକ୍ତ କରିପାରିବ ବୋଲି କହିଥିଲେ । ଏହା ପରେ ପ୍ରତିଷ୍ଠାନ ର ଅନ୍ୟତମ ସଦସ୍ୟ ଡଃ ସୁଶାନ୍ତ କୁମାର ବିଶି ମହା ବିଷୁବ ସଂକ୍ରାନ୍ତି ପାଳନ ସମ୍ପର୍କରେ ଚୁମ୍ବକୀୟ ଆଲୋଚନା କରିଥିଲେ । ସମାରୋହରେ ପ୍ରତିଷ୍ଠାନର ସମ୍ପାଦକ ନୀଳିମାରାଣୀ ସାଗର, କୋଷାଧ୍ୟକ୍ଷ ଜୟଶ୍ରୀ ଦଣ୍ଡସେନା, ବିଶ୍ଵଜିତ ପାଢ଼ୀ, କିଶୋର ଅଗସ୍ତି, ପ୍ରତାପ କେଶରୀ ପଟ୍ଟନାୟକ, ଶିରୀଶଙ୍କର ବାରିକ, ନୁର୍ ମହମ୍ମଦ, ପ୍ରକାଶ ଠାକୁର, ବଜରଙ୍ଗ ଲାଲ ଅଗ୍ରୱାଲ,ମନ ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଖଡ଼ିଆଳ ରାଣୀ ସାହେବା ଶ୍ରୀମତୀ ରାଜଶ୍ରୀ ଦେବୀ, ପଟ୍ଟାୟତ ନୀଳଲୋହିତ ସିଂହ ଦେବ,ରାମକିଙ୍କର ଦେଓ, ଡଃ ହରେନ୍ଦ୍ର ପଣ୍ଡା,ସନାତନ ମହାଉତି, ତାରିଣୀ ଚରଣ ପାଣିଗ୍ରାହୀ, ମହେନ୍ଦ୍ର ଯୋଷୀ, ଡଃ ସିଦ୍ଧାର୍ଥ ଶଙ୍କର ମହାପାତ୍ର,ମିୟୋଗ ରଞ୍ଜନ ପାତ୍ର, ଜିତେନ୍ଦ୍ର ନାଥ ପଟ୍ଟନାୟକ,ଅବନୀ ମୋହନ ଖମାରୀ, ଶୁଭ୍ରାଂଶୁ ସିଂ ଦେଓ, ମାନିନୀ ମେହେର,ଖରତ ଚନ୍ଦ୍ର ବାରିକ ପ୍ରମୁଖ ସଦୟ ଯୋଗଦାନ କରିଥିଲେ । କବି ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା ସାହୁ ଙ୍କ କବିତା ଅଭିଶପ୍ତ ଜୀବନ 

Sunil Chandra Nayak

ଭବାନୀପାଟଣା ରେ ଭାରତ ବନ୍ଦ ପାଳନ ପ୍ରଭାବଶାଳୀ

Sunil Chandra Nayak

ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!