ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘନଶ୍ୟାମ ଭୋଇ ହେଲେ ଜର୍ଣ୍ଣାଲିଷ୍ଟ ସଂଘ ର ନୂତନ ସଭାପତି

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସମ୍ମଳନୀ କକ୍ଷରେ ଠାରେ ସାମ୍ଵାଦିକ ସଂଘ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ନୂଆପଡା ( ଜାନ୍ ) ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ଘନଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ସାମ୍ଵାଦିକ ମାୟାଧର ସରାଫଙ୍କ ସଭା ପରିଚାଲନାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସଂଘର ସାଂଗଠନିକ ସ୍ଥିତି ଉପରେ ବିଶୃତ ଭାବରେ ଆଲୋଚନା ହୋଇଥିଲା । ପରେ ଜିଲ୍ଲାର ୫ ଗୋଟି ବ୍ଲକ ଏବଂ ୩ ଗୋଟି ଏନଏସି ରୁ ୪୫ ରୁ ଉର୍ଦ୍ଦ ଜାନ ସଦସ୍ୟଙ୍କ ସହମତିରେ ଆଗାମୀ ୩ ବର୍ଷ ପାଇଁ ସଂଘର କର୍ମକର୍ତା ମନୋନୟନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଘନଶ୍ୟାମ ଭୋଇ , ସାଧାରଣ ସଂପାଦକ ଭାବେ ସୁଶାନ୍ତ ପାଣିଗ୍ରାହୀ, ଯୁଗ୍ମ ସଂପାଦକ ଭାଵେ ଆଦିତ୍ୟ ମହାଉତି, କୋଶାଧ୍ୟକ୍ଷ ଭାବେ ସଂଜୀବ ପାଣିଗ୍ରାହୀ ଏବଂ ଉପସଭାପତି ୫ ଗୋଟି ବ୍ଲକରୁ ଜଣେ ଲେଖାଏଁ ନୂଆପଡା ଅଶ୍ଵିନୀ ପାଣିଗ୍ରାହୀ, କୋମନା ସରୋଜ ଦାଶ, ଖଡ଼ିଆଳ ଯୋଗେଶ୍ଵର ସଗରିଆ, ବୋଡେ଼ନ ଦିଲିପ ପଣ୍ଡା ଓ ସିନାପାଲି ଯୁଧିଷ୍ଠିର ମହାନନ୍ଦଙ୍କୁ ମନୋନୀତ କରାଯାଇଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ତାଳେଶ୍ଵର ଦେବାଙ୍ଗନ, ରବିକାନ୍ତ ଠେଲା ଓ ଯୁଗଳ କିଶୋର ଚଲାନ ଙ୍କୁ ମନୋନୀତ କରାଯିବା ସହିତ ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ପୁର୍ବତନ ସଭାପତି ତାରିଣୀ ମହାନ୍ତୀ, ଖୁଟୁରାମ ସୁନାନୀ ଓ ମାୟାଧର ସରାଫ ଙ୍କ ପୂର୍ବତନ ସାଧାରଣ ସଂପାଦକ ବିମଳ ସିଂ ଦଳପତି ଏବଂ ରତନ କେତକୀଙ୍କୁ ମନୋନୀତ କରାଯାଇଥିଲା । ପରେ ଆସନ୍ତା ମଇ ୪ ତାରିଖରେ ଖରିଆର ରୋଡ ସ୍ଥିତ ଗଣପତି ପେଲେସ ରେ ସଂଘ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଟିତ ହେବାକୁ ଥିବା ଏହାର ପ୍ରସ୍ତୁତି ସହ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବଂଶିଧର ନାଗ, ସନ୍ତୋଷ ଦଣ୍ଡସେନା, ବଣ୍ଟି ହେର୍ଣ୍ଣା , ନନ୍ଦିଘୋଷ ଖମାରୀ , ସତ୍ୟବ୍ରତ ସାମଲ, ରାହୁଲ ଯାଦବ, ପ୍ରଶାନ୍ତ ଯାଦବ, ନଟ ଆଡବଙ୍ଗ, ମିଥୁନ ବାଗ , କୈଲାଶ ପ୍ରଧାନ ଏବଂ ମୁକେଶ ଦଣ୍ଡସେନାଙ୍କ ସମେତ ୪୫ ରୁ ଉର୍ଦ୍ଦ କାର୍ଯ୍ୟରତ ସାମ୍ଵାଦିକ ଜିଲ୍ଲାରୁ ଯୋଗ ଦେଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଥୁଆମୂଳ ରାମପୁର ଗସ୍ତରେ DRDA ପ୍ରକଳ୍ପ ନିର୍ଦେଶକ, ମାଁ ମାଣିକେଶ୍ଵରୀ ମନ୍ଦିର ନିର୍ମାଣ ଉପରେ ଆଲୋଚନା

ମସୀହା ନିୟୁଜ ରେ ପ୍ରସାରଣ ହେବା ପରେ ମାଁ ମାଉସୀ ମନ୍ଦିର ମରାମତି କଲେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ 

Sunil Chandra Nayak

Leave a Comment

error: Content is protected !!