ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ପଞ୍ଚଲିଙ୍ଗେଶ୍ଵର ପୀଠ ନିକଟବର୍ତ୍ତୀ ଗୁତି ସାହି ରେ ବସ୍ତ୍ର ବଣ୍ଟନ

ବାବା ପଞ୍ଚଲିଙ୍ଗେଶ୍ଵର ପୀଠ ନିକଟବର୍ତ୍ତୀ ଗୁତି ସାହି ରେ ବସ୍ତ୍ର ବଣ୍ଟନ

ଓଡ଼ିଶା ର ବିଭିନ୍ନ ଜିଲ୍ଲା ମାନଙ୍କ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ ମାନ ଆୟୋଜନ ହେଇଥାଏ। ବାଲେଶ୍ଵର ଜିଲ୍ଲାରକଣ୍ଟିଆ ଶିଖର ବ୍ଲକ୍ ଅନ୍ତର୍ଗତ ସାମସୁନ୍ଦରପୁର୍ ପଂଚାୟତ ର ଗୁତି ସାହି ବସ୍ତି ରେ ବସବାସ କରୁଥିବା ଲୋକେ ଦିନ ମଜୁରିଆ ଅଟନ୍ତି। ମଣିଷ ର ମୌଳିକ ଆବଶ୍ୟକ ମୁତାବକ ବସ୍ତ୍ର ର ଅଭାବ କୁ ପରିଲଖିତ କରି ଟ୍ରଷ୍ଟ ର ବାଲେଶ୍ବର ପ୍ରତିନିଧି ଅଶୋକ ଦାସ ସଭାପତି ଙ୍କ ସହ ଆଲୋଚନା କରିଥିଲେ। ଏହା ର କିଛି ଦିନ ପରେ ଟ୍ରଷ୍ଟ ର କର୍ମକର୍ତା ଙ୍କ ସହ ସେହି ଅଞ୍ଚଳ ରେ ପହିଞ୍ଚିଥିଲେ। “ଆବଶ୍ୟକୀୟ କୁ ବସ୍ତ୍ର” ଏହି ମର୍ମ ରେ ସେହି ଅଞ୍ଚଳ ରେ ବସ୍ତ୍ର ବଣ୍ଟନ ହୋଇଥଲା। ବସ୍ତ୍ର ପାଇବା ପରେ ଅଞ୍ଚଳ ବାସୀ ଙ୍କ ର ଖୁସୀ କହିଲେ ନ ସରେ। ଏହି ବସ୍ତ୍ର ମଧ୍ୟ ରେ ଥିଲା ଶାଢ଼ୀ, ଧୋତି, କୁର୍ତି, ଜିନ୍ସ, ଟି ସାର୍ଟ, ଛୋଟ ପିଲା ଙ୍କ ଡ୍ରେସ ଆହୁରି ଅନେକ କିଛି। ଆଜି ର କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଜୟନ୍ତ କୁମାର ମଲ୍ଲିକ, ସନ୍ତୋଷ ପଟନାୟକ, ଗଙ୍ଗାଧର ସାମଲ ଓ ଅଶୋକ ଦାସ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଜାମିଆ ଅଲ ହବିବ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ !!  

Sunil Chandra Nayak

ରାଉରକେଲାରେ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ଉପବାଚସ୍ପତି

masiha

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!