ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ପଞ୍ଚଲିଙ୍ଗେଶ୍ଵର ପୀଠ ନିକଟବର୍ତ୍ତୀ ଗୁତି ସାହି ରେ ବସ୍ତ୍ର ବଣ୍ଟନ

ବାବା ପଞ୍ଚଲିଙ୍ଗେଶ୍ଵର ପୀଠ ନିକଟବର୍ତ୍ତୀ ଗୁତି ସାହି ରେ ବସ୍ତ୍ର ବଣ୍ଟନ

ଓଡ଼ିଶା ର ବିଭିନ୍ନ ଜିଲ୍ଲା ମାନଙ୍କ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ ମାନ ଆୟୋଜନ ହେଇଥାଏ। ବାଲେଶ୍ଵର ଜିଲ୍ଲାରକଣ୍ଟିଆ ଶିଖର ବ୍ଲକ୍ ଅନ୍ତର୍ଗତ ସାମସୁନ୍ଦରପୁର୍ ପଂଚାୟତ ର ଗୁତି ସାହି ବସ୍ତି ରେ ବସବାସ କରୁଥିବା ଲୋକେ ଦିନ ମଜୁରିଆ ଅଟନ୍ତି। ମଣିଷ ର ମୌଳିକ ଆବଶ୍ୟକ ମୁତାବକ ବସ୍ତ୍ର ର ଅଭାବ କୁ ପରିଲଖିତ କରି ଟ୍ରଷ୍ଟ ର ବାଲେଶ୍ବର ପ୍ରତିନିଧି ଅଶୋକ ଦାସ ସଭାପତି ଙ୍କ ସହ ଆଲୋଚନା କରିଥିଲେ। ଏହା ର କିଛି ଦିନ ପରେ ଟ୍ରଷ୍ଟ ର କର୍ମକର୍ତା ଙ୍କ ସହ ସେହି ଅଞ୍ଚଳ ରେ ପହିଞ୍ଚିଥିଲେ। “ଆବଶ୍ୟକୀୟ କୁ ବସ୍ତ୍ର” ଏହି ମର୍ମ ରେ ସେହି ଅଞ୍ଚଳ ରେ ବସ୍ତ୍ର ବଣ୍ଟନ ହୋଇଥଲା। ବସ୍ତ୍ର ପାଇବା ପରେ ଅଞ୍ଚଳ ବାସୀ ଙ୍କ ର ଖୁସୀ କହିଲେ ନ ସରେ। ଏହି ବସ୍ତ୍ର ମଧ୍ୟ ରେ ଥିଲା ଶାଢ଼ୀ, ଧୋତି, କୁର୍ତି, ଜିନ୍ସ, ଟି ସାର୍ଟ, ଛୋଟ ପିଲା ଙ୍କ ଡ୍ରେସ ଆହୁରି ଅନେକ କିଛି। ଆଜି ର କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଜୟନ୍ତ କୁମାର ମଲ୍ଲିକ, ସନ୍ତୋଷ ପଟନାୟକ, ଗଙ୍ଗାଧର ସାମଲ ଓ ଅଶୋକ ଦାସ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ 

masiha

ଶ୍ରୀ ରାମଲୀଳା ସମିତିର କଳାକାର ତାରିଣୀସେନ ବେହେରା ସମ୍ମାନୀତ 

କାର୍ତ୍ତିକ ପୂର୍ଣ୍ଣିମାରେ ଵହଳଦାରେ ମା’ କୀଚକେଶ୍ଵରୀଙ୍କ ସୁନାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

masiha

Leave a Comment

error: Content is protected !!