ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମଗୁଡା ଡକାୟତି ଘଟଣା ରେ ପାଞ୍ଚ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

ଆମଗୁଡା ଡକାୟତି ଘଟଣା ରେ ପାଞ୍ଚ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଆମଗୁଡା ଗ୍ରାମରେ ଦିନ ଦ୍ବିପ୍ରହରରେ ଡକାୟତି କରିଥିବା ଘଟଣାରେ ଗୁରୁବାର ଅପରାହ୍ନ ୩ ରେ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି ଗୋଲାମୁଣ୍ଡା ପୋଲିସ। ସୂଚନା ଥାଉ କି ଗତ ୧୦ ତାରିଖ ଦିନ ଦିନ ଦ୍ବିପ୍ରହରରେ କିଛି ଦୁର୍ବୁତ୍ତ ଆମଗୁଡା ସ୍ଥିତ ଏକ ଘରକୁ ମୁଖା ପିନ୍ଧି ଡକାୟତି କରିବା ପାଇଁ ଯାଇଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକେ ଗୋଲାମୁଣ୍ଡା ଥାନାରେ ଏତଲା ଦେଲା ପରେ ପୋଲିସ ତଦନ୍ତ ଜାରୀ ରଖିଥିଲା ଏବଂ ଡକାୟତି ରେ ସମ୍ପୃକ୍ତ ଥିବା ଦୁଇଟି ଗାଡି ଜବତ କାରି ୫ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମାନେ ହେଲେ ଅବିନାଶ ଶର୍ମା, ସୁଖଦେବ ଶବର, ଚିଣ୍ଟୁ ସରାପ, ସିଦ୍ଧାର୍ଥ ଦାସ ଏବଂ ଖଇରପଦର ଗ୍ରାମର ଜଣେ ନାବାଳକ କୁ ପୋଲିସ କେଶ ନମ୍ବର 154/24 ରେ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଲେ ତଦନ୍ତକାରି ପୋଲିସ ଅଧିକାରୀ ରାଜେଶ ପରିଡା ଏବଂ ଗୋଲାମୁଣ୍ଡା ଥାନା ଅଧିକାରିଣୀ ଶ୍ଵେତା ପଦ୍ମା ସେଠ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୋଲିସର ତଦନ୍ତ ଜାରି

Sunil Chandra Nayak

ଜାଲ କାଗଜ ଜାତ ରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

Sunil Chandra Nayak

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ଧାନ ସହ ୪୦୭ ଗାଡି ଜବତ

masiha

Leave a Comment

error: Content is protected !!